ଜୁହାର ପରିବାର ସୁନାବେଡ଼ାର ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ ସୁନାବେଡ଼ା: ସ୍ଥାନୀୟ ୟୁ ଯୋନ ସ୍ଥିତ ହନୁମାନ ମନ୍ଦିରଠାରେ ଜୁହାର ପରିବାର ସୁନାବେଡ଼ାର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ନରେଶ ପ୍ରସାଦ ରଣା ସଭାର ସଭାପତିତ୍ବ କରିଥିବାବେଳେ ଅଭିଷେକ ରଥ ସହଯୋଗ କରିଥିଲେ। ସର୍ବ ସମ୍ମତ୍ତିକ୍ରମେ ନୀତିନ ଚୌଧୁରୀ ସଭାପତି,  ଦିନେଶ କୁମାର ମହାପାତ୍ର କାର୍ଯକାରୀ ସଭାପତି, ଈଶ୍ୱର ଚନ୍ଦନ ସାଧାରଣ ସମ୍ପାଦକ, ଚନ୍ଦ୍ରଧ୍ୱଜ ସତନାମି ସହ ସମ୍ପାଦକ, ଗୋକୁଳ ଚନ୍ଦ୍ର ରାଉଳ ସାଂସ୍କୃତିକ ସମ୍ପାଦକ, ଅମରନାଥ ଲାକ୍ରା କାର୍ଯ୍ୟାଳୟ ସମ୍ପାଦକ ଓ କୋଷାଧ୍ୟକ୍ଷ ଭାବେ ମାନେଶ୍ୱର ଲାକ୍ରା ମନୋନୀତ ହୋଇଥିଲେ। ଏହି ସଭାରେ ମହେଶ ବେହେରା ତପନ ବୁଡେକ୍ , ଜ୍ଞାନ ପାତ୍ର, ରାଜୀବ ବେହେରା, ରାଜୀବ ସାହୁ, ସୁଜିତ୍ ଦୋରା, ମନୋଜ ସାହୁ, ସଂକ୍ରଜିତ୍ ବେହେରା, ଦିଲ୍ଲିପ ପ୍ରଧାନ, ଶଙ୍କର୍ଷଣ ପ୍ରଧାନ, ହିମାଂଶୁ ଚନ୍ଦନ, ସୁମନ୍ତ ମେହେର ବୁଧିମନ୍ତ ବଗାର, ବିନୟ କୁଶଳ, ତ୍ରିଲୋଚନ ତାଣ୍ଡି, ଟିକେଶ୍ୱର୍ କିଶାନ, ଭୋଜରାଜ୍ ସାହୁ, ଦୀନବନ୍ଧୁ ସେଠ୍, ଜଗଦୀଶ ପଟେଲ ସଞ୍ଜୀବ ପଟେଲ ସଞ୍ଜୟ ବର୍ଶତିଆ, ପ୍ରଫୁଲ୍ଲ ପାଢ଼ୀ, ହେମେନ୍ଦ୍ର ମିଶ୍ର ସହଯୋଗ କରିଥିଲେ। ଶେଷରେ ମହେଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.