ବାଲିଆପାଳଠାରେ ଯୁବ ସମ୍ମେଳନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଆଇନା, ଏଜେଏସଏ, ଯୁବ ବିକାଶ, ଆର୍ମ ସଂଗଠନ ଓ ୟୁଥ୍ ଫର୍ ୱାଟରର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇ ଯାଇଛି। ବାଲିଆପାଳ ଓ ଭୋଗରାଇ ଅଞ୍ଚଳରେ ପ୍ରାକୃତିକ ଓ ମନୁଷ୍ୟକୃତ ବନ୍ୟା ଜନିତ ସଠିକ ମୁକାବିଲା କରିବା ନିମନ୍ତେ ଆବଶ୍ୟକ ସାମାଜିକ ସମ୍ବଳ, ବିଶେଷ କରି ଯୁବ ସମାଜର ଭୂମିକା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଦୁଇଦିନିଆ ଯୁବ ସମ୍ମେଳନ ଆୟୋଜିତ କରାଯାଇଥିଲା। ବାଲିଆପାଳ ଓ ଭୋଗରାଇ ବ୍ଲକ ଅନ୍ତର୍ଗତ ବନ୍ୟା ପ୍ରଭାବିତ ଗ୍ରାମ ମାନଙ୍କରୁ ପ୍ରାୟ ୧୫୦ ଜଣରୁ ଉର୍ଦ୍ଧ୍ବ ଯୁବକଯୁବତୀ ଏଥିରେ ଭାଗ ନେଇଛନ୍ତି। କାର୍ଯ୍ୟକ୍ରମକୁ ଭୂତପୂର୍ବ ସୂଚନା କମିଶନର୍ ଶ୍ରୀ ଜଗଦାନନ୍ଦ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସ୍ଥାନୀୟ ଆର୍ମ ସଙ୍ଗଠନର ସମ୍ପାଦକ ଶ୍ରୀ ରାଜେନ୍ଦ୍ର ରଣା ସ୍ବାଗତ ଅଭିଭାଷଣ ଦେବା ଅବସରରେ ବିଗତ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ବନ୍ୟା ବିପତ୍ତି ପରିଚାଳନା ଜନିତ ସାମାଜିକ ସମ୍ବଳ ନିର୍ମାଣର ଇତିହାସ ଓ ଅଭିଜ୍ଞତା ବିଷୟରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ପରିବେଶ ସୁରକ୍ଷାବିତ୍ ଶିଳ୍ପୀ କେଶୁଦାସ, ‘ଆଇନା’ର ସମ୍ପାଦିକା ଶ୍ରୀମତୀ ସ୍ନେହା ମିଶ୍ର, ‘ନାଓ’ର ଆବାହକ ସଦସ୍ୟ ପ୍ରମିଳା ସ୍ୱାଇଁ, ‘ଓଏସଡିଏମଏ’ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅବନୀ ଭୂୟାଁ, ‘ଯୁବ ବିକାଶ’ର ନିର୍ଦ୍ଦେଶକ ଶ୍ରୀ ଗୋବିନ୍ଦ ବଲ୍ଲଭ ଦଳାଇ, ଏ.ଜେ.ଏସ୍.ଏ.ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଶ୍ରୀ ମନୋରଞ୍ଜନ ବେହେରା ଉଦଘାନୀ ଉତ୍ସବରେ ଯୋଗଦାନ କରିଥିଲେ। ଦୁଇଦିନ ବ୍ୟାପି ଆୟୋଜିତ ଏହି କର୍ମଶାଳାରେ ସାମାଜିକ କର୍ମୀ ବିକାଶ ପତି, ମାନସରଞ୍ଜନ ମିଶ୍ର, ଜ୍ୟୋତ୍ସ୍ନା ସାହୁ, ସସ୍ମିତା ମହାପାତ୍ର ଓ କଳିକା ମହାପାତ୍ର ପ୍ରଭୃତି ଯୋଗ ଦେଇଥିଲେ। ଏ ଦୁଇ ଦିନିଆ କାର୍ଯ୍ୟକ୍ରମରେ ଆଗାମୀ ଦିନରେ ଗୋଷ୍ଠୀ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ମିଳିତ ପ୍ରୟାସର ଆବଶ୍ୟକତାକୁ ଗୁରୁତ୍ଵ ଆରୋପ କରାଯାଇଥିଲା। ଷ୍ଟାର୍ଟ ନେଟୱକର ଆର୍ଥିକ ସହଯୋଗରେ ବାଲିଆପାଳ ଓ ଭୋଗରାଇ ବ୍ଲକରେ ୪୫ ଦିନ ଧରି ଚାଲିଥିବା ରିଲିଫ୍ କାର୍ଯ୍ୟକ୍ରମରେ ୪୦୦୦ ରୁ ଅଧିକ ବନ୍ୟା ପ୍ରପୀଡ଼ିତ ପରିବାର ସହିତ ଯୋଡ଼ି ହୋଇଥିବା ୬୦ ରୁ ଅଧିକ ସ୍ବେଚ୍ଛାସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.