ହାତୀମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୭୯ତମ ସ୍ୱାଧୀନତା ଦିବସ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦେଶ ଆଜି ପାଳନ କରିଛି ୭୯ତମ ସ୍ୱାଧୀନତା ଦିବସ। ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଉତ୍ସବର ମାହୋଲ। ଭାରତ ମାତାର ବନ୍ଦନା ଓ ଜୟ ଜୟ କାର ଧ୍ୱନୀରେ ପ୍ରକମ୍ପିତ ହୋଇଛି ଗଗନ ପବନ। କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟରେ ଏହି ଜାତୀୟ ଦିବସକୁ ଅତ୍ୟନ୍ତ ମର୍ଯ୍ୟଦାର ସହ ପାଳନ କରାଯାଇଛି। ସେହି କ୍ରମରେ ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ରୋଡ଼ କ୍ଲଷ୍ଟର ଅନ୍ତର୍ଗତ ହାତୀମୁଣ୍ଡା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇଛି ସ୍ବାଧୀନତା ଦିବସ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଗିରିଧାରୀ ଗଉଡ଼ ଓ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶିବ ମାଝୀ ମିଳିତ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟର ସହ ଶିକ୍ଷକ ସୁବ୍ରାଂଶୁ କୁମାର ଖଟୁଆ ଓ ସେଖ ସାହାଜାଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ସମସ୍ତ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା, ଅବିଭାବକ ଓ ଜନସାଧାରଣ ଉପସ୍ଥିତ ଥିଲେ। ଏହି ଅବସରରେ ଅଗଷ୍ଟ ୧୬ରେ ସ୍ପେସିଆଲ ପିଟିଏମ ବୈଠକ ପାଇଁ ଆଲୋଚନା ହୋଇଥିଲା। ଏହା ଆସ ଆମେ ସ୍କୁଲ ଯିବା ମୁଖ୍ୟ ଉଦ୍ଦେଶ୍ୟ। ଆଉଟ ଅପ ସ୍କୁଲ ଛାତ୍ରଛାତ୍ରୀଙ୍କ ନାମ ଲେଖାକୁ ଗୁରୁତ୍ୱ ଦେବା ପାଇଁ ବୈଠକରେ ଆହ୍ୱାନ ଦେଇଥିଲେ ପ୍ରଧାନ ଶିକ୍ଷକ ଶ୍ରୀ ଗଉଡ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.