ସୋନପୁର ଗଡଜାତ ପାଇଁ ବାହାରିଲା ନୂଆଁଖାଇ ଲଗ୍ନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଆଜି ସୋନପୁର ଗଡ଼ଜାତ ଓ ପଞ୍ଚରା ଅଞ୍ଚଳ ପାଇଁ ନୁଆଁଖାଇ ଲଗ୍ନ ସ୍ଥାନୀୟ ବଡ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମୁକ୍ତିମଣ୍ଡପ ରେ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଘଣ୍ଟ ସ୍ଥିର କରାଯାଇଛି। ଏ ନେଇ ସୋନପୁର ମ୍ୟୁନିସିପାଲଟି ଦ୍ବାରା ଆହୂତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଅଗଷ୍ଟ ୨୮ ତାରିଖ ଗୁରୁବାର ପଞ୍ଚମୀ ଦିନ ଘ.୧୧.୦୯ ମି ରୁ ଘ.୧୧.୨୩ମି ମଧ୍ୟେ ବିଶୁଦ୍ଧ ତୂଳା ଲଗ୍ନ କୁମ୍ଭ ନବାଂଶ ଭୋଗ ସମୟରେ ନୂଆଁଖାଇ ଲଗ୍ନ ସ୍ଥିର ହୋଇଥିବା ବେଳେ ପ୍ରାତଃ ୧୦ ଘଣ୍ଟା ରୁ ୧୦.୫୦ ମି ମଧ୍ୟେ ସମଲେଶ୍ଵରୀ ମନ୍ଦିର ରୁ ମା ସୁରେଶ୍ୱରୀଙ୍କ ପାଇଁ ପାହୁର ଯାତ୍ରା ବାହାରିବ ଓ ଅଷ୍ଟ ଚଣ୍ଡି, ଅଷ୍ଟ ଶମ୍ଭୁ ଓ ଅଷ୍ଟ ବିଷ୍ଣୁ ଙ୍କ ଠାରେ ନବାହ୍ନ ଲାଗି ହେଲା ପରେ ନିଜ ନିଜ ଇଷ୍ଟ ଦେବୀ ଓ ସାଧାରଣ ଜନତା ନବାହ୍ନ ଭକ୍ଷଣ କରିବେ। ବହୁ ପୂର୍ବରୁ ସୋନପୁର ଗଡ଼ଜାତ ରାଜ୍ୟର ନୁଆଖାଇ ପାଇଁ ଏହି ଲଗ୍ନ ପରମ୍ପରା ଚାଲିଆସି ଥିବା ବେଳେ ପ୍ରତିବର୍ଷ ସୋନପୁରର ବଡ ଜଗନ୍ନାଥ ମନ୍ଦିର ର ମୁକ୍ତି ମଣ୍ଡପରେ ବସି ପଣ୍ଡିତ ମାନେ ଲଗ୍ନ ନିର୍ଘଣ୍ଟ ସ୍ଥିର କରିଥାନ୍ତି । ସୋନପୁରର ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ନାମ ଜ୍ୟୋତିଷି ଶାସ୍ତ୍ର ଅନୁସାରେ ତିଥି ଓ ଲଗ୍ନ ନିର୍ଘଣ୍ଟ ଗଣନା କରାଯାଇ ଥାଏ ଚଳିତ ବର୍ଷ ଜ୍ୟୋତିର୍ବିଦ ପଣ୍ତିତ ରାଜେନ୍ଦ୍ର କୁମାର ମହାପାତ୍ର ଲଗ୍ନ ନିର୍ଘଣ୍ଟ କରିଥିଲେ।ଆଜିର ଏହି ଲଗ୍ନ ନିର୍ଘଣ୍ଟ ସଭାରେ ଜିଲ୍ଲାର ବହୁ ବିଶିଷ୍ଟ ପଣ୍ଡିତ ମାନଙ୍କ ସହ ଗୌରୀ ଶଙ୍କର ରଥ ଉପସ୍ଥିତ ଥିଲେ। ବୈଠକରେ ସୋନପୁର ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ପୌର ପରିଷଦ ନିର୍ବାହୀ ଅଧିକାରୀ ଋଷି ମାଝି, ପୂର୍ବତନ ପୌରାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ରାମ ଗୋପାଳ ପୂଜାରୀ, ମହେଶ ପୂଜାହାରୀ, ଅଚ୍ୟୁତ ପୂଜାରୀ, ଶଶାଙ୍କ ଶେଖର ସିଂଦେଓ, କାଉନସିଲର ରାଜୁ ପାତ୍ର, ତିୱାନୀ ଦାନୀ, ଅଚ୍ୟୁତ ପୂଜାରୀ, ଷଷ୍ଠୀ ବଡମାଳୀ, ଲଡ଼ୁ କିଶୋର ମଲ୍ଲିକ, ଶେଷଦେବ ମେହେର, ତ୍ରିଲୋଚନ ତରିଆ ପ୍ରମୁଖଙ୍କ ସମେତ ସହରର ବହୁ ଅନେକ ବିଦ୍ୱାନ ଓ ବୁଦ୍ଧିଜୀବି ମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.