ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ପାଣି ଯୋଗାଣ ଦାବି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ୨୦୨୫/୨୬ ବର୍ଷରେ ରବି ଧାନ ଚାଷ ନିମନ୍ତେ ୧୫ ନମ୍ବର ଗେଟ ପର୍ଯ୍ୟନ୍ତ ପାଣି ଯୋଗାଇବା ନେଇ ବିଭାଗୀୟ ସୂଚନା ପରେ ଚାଷୀ ମହଳରେ ଅସନ୍ତୋଷ ଦେଖାଦେଇଛି। କୋକସରା ଓ ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ଦଣ୍ଡପାଟ ଅଞ୍ଚଳର ଚାଷୀ ରବି ଚାଷ ନିମନ୍ତେ ୧୬ ଓ ୧୭ ନମ୍ବର ଗେଟ୍ ପର୍ଯ୍ୟନ୍ତ ପାଣି ଯୋଗାଣ ପାଇଁ ଦାବି କରିଛନ୍ତି। ସୋମବାର ରାଜ୍ୟ ଭାଜପା ଉପସଭାପତି ଭବେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଚାଷୀମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ପ୍ରକାଶ ଯେ’ କୋକସରା ଓ ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ଦଣ୍ଡପାଟ ଅଞ୍ଚଳର ଚାଷୀକୂଳ ମୁଖ୍ୟତ୍ ଚାଷ ଉପରେ ନିର୍ଭର କରିଥାନ୍ତି। ବିଭିନ୍ନ ସମୟରେ ପାଣି ଅଭାବରୁ ମରୁଡ଼ିର ସମ୍ମୁଖୀନ ମଧ୍ୟ ହୋଇ ଚାଷୀଙ୍କ ଆର୍ଥିକ ସ୍ଥିତି ଦୋହଲିଯାଏ। ଏଣେ ଉକ୍ତ ଅଞ୍ଚଳ ଦାଦନ ପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହୋଇଥିବାବେଳେ ପାଣି ଯୋଗାଣ ନ ହେଲେ ବାହାର ରାଜ୍ୟକୁ ଅଞ୍ଚଳର ଲୋକେ ଦାଦନ ଖଟିବାକୁ ଯିବା ଏକ ପ୍ରକାର ଥୟ। ଚଳିତ ବର୍ଷର ଲଘୁଚାପ ଜନିତ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଡ଼େମ୍‌ରେ ମଧ୍ୟ ପ୍ରଚୁର ପରିମାଣର ପାଣି ରହିଛି। ତେଣୁ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ୧୬ ଓ ୧୭ ନମ୍ବର ଗେଟ ପର୍ଯ୍ୟନ୍ତ ଜଳ ଯୋଗାଣର ସୁବ୍ୟବସ୍ଥା କଲେ ଏହି ଅଂଚଳର ଦାଦନ ସମସ୍ୟାର ସମାଧାନ ସହିତ ଚାଷୀକୂଳର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇପାରିବ ବୋଲି ଚାଷୀମାନେ ଦାବିକରି କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ୍ ପ୍ରକାଶଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ଏହାର ପୁନଃ ବିଚାର କରି ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ଚଳିତ ବର୍ଷ ରବି ଚାଷ ନିମନ୍ତେ ୧୬ ଓ ୧୭ ନମ୍ବର ଗେଟ୍ ପର୍ଯ୍ୟନ୍ତ ଜଳ ଯୋଗାଣର ସୁବ୍ୟବସ୍ଥା କରିବା ପାଇଁ ଗୁହାରୀ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ରାଜ୍ୟ ଉପସଭାପତି ଶ୍ରୀପଣ୍ଡାଙ୍କ ସମେତ ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ରାଧେଶ୍ୟାମ ଗୋପାଳ, ଅମିନ ରଣା, ପ୍ରିୟବ୍ରତ ପଣ୍ଡା, ଟଙ୍କଧର ଧରୁଆ, ଅଖିଳ ଚନ୍ଦ୍ର ଗୋପାଳ, ଗଣେଶ ରାମ ରଣା, ଯଦୁମଣି ରଣା ସହିତ ଦଣ୍ଡପାଟ ଅଞ୍ଚଳର ଚାଷୀ ମାନେ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.