ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ନିଜ ବିବାହ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଯୁବ ଲେଖକ ତଥା ସ୍ତମ୍ଭକାର ରବିନାରାୟଣ ପଟ୍ଟନାୟକ। ଡ଼. ରାମଚନ୍ଦ୍ର ପଟ୍ଟନାୟକ ଓ ଶ୍ରୀମତୀ ବାସନ୍ତୀ ପଟ୍ଟନାୟକ ସୁପୁତ୍ର ହେଉଛନ୍ତି ରବିନାରାୟଣ। ସେ କଟକ ଜିଲ୍ଲା କନ୍ଦରପୁର ନିବାସୀ ପ୍ରଫୁଲ୍ଲ ଦାସଙ୍କ ଏକମାତ୍ର କନ୍ୟା ପ୍ରୀତି ପ୍ରଜ୍ଞା ଦାସଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିଜ ବିବାହ ଅବସରରେ ସେ ନିଜ ଅଙ୍ଗଦାନ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଶରୀର ଅଙ୍ଗଦାନ ସମିତି ଅଧ୍ୟକ୍ଷ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ସାକ୍ଷୀ ଭାବେ ପତ୍ନୀ ଶ୍ରୀମତୀ ପ୍ରିତିପ୍ରଜ୍ଞା ଦାସ ସ୍ବାକ୍ଷର କରିଛନ୍ତି। ଏହି ଅବସରରେ ପୁରା ପରିବାର ଉପସ୍ଥିତ ଥିଲେ। ବିବାହ ଉତ୍ସବରେ ଭୁବନେଶ୍ଵର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ, କଟକ (ବାରବାଟୀ) ବିଧାୟିକା ସୋଫିଆ ଫିର୍ଦ୍ଦୋସ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ପୃଥ୍ବୀବଲ୍ଲଭ ପଟ୍ଟନାୟକ, ଜୟ ଓଡ଼ିଶାର ପ୍ରତିଷ୍ଠାତା ତଥା ଉଦ୍ୟୋଗପତି ରୁଦ୍ର ସାମନ୍ତରାୟ, ଯୁବ ନେତା ତଥା ବି.ଏମ୍.ସି କର୍ପୋରେଟର ଅମରେଶ ଜେନା, ଯଶୋଦା ମା ଫାଉଣ୍ଡେସନ ପ୍ରତିଷ୍ଠାତ୍ରୀ ତଥା ବିଶିଷ୍ଟ ସମାଜସେବୀ ନିବେଦିତା ଲେଙ୍କା, ବିଜେପି ଯୁବ ନେତା ଗୌତମ ବେହେରା, ଯୁବ ସମାଜିକ କର୍ମୀ ପ୍ରତ୍ୟୁଷ ଭଞ୍ଜ ପ୍ରମୁଖ ଉପସ୍ଥିତ ହେବା ସହିତ ଏହି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ।





