ଓଡ଼ିଆ ବାର୍ତ୍ତା/ ସମ୍ବଲପୁର/ ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ଶାସନ ସଚିବ ଡଃ ମୃଣାଲିନି ଦରସୂୱାଲ, ନିର୍ଦ୍ଦେଶକ, ଅତିରିକ୍ତ ସଚିବ ଜ୍ୟୋତି ରଞ୍ଜନ ନାୟକଙ୍କ ସହିତ ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘର ଆବାହକ ପ୍ରଶାନ୍ତ ପାଢ଼ୀ, ସଭାନେତ୍ରୀ ମୀରା ଦଳ ବେହେରା ଓ ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀଙ୍କ ସହିତ ଏବଂ ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ସଂଘର କାର୍ଯ୍ୟକାରୀ ସଭାପତି ବିଜୟ ଜେନା, ସାଧାରଣ ସମ୍ପାଦକ ହରପ୍ରିୟା ସ୍ୱାଇଁ, ବିଷ୍ନୁପ୍ରିୟା ଜେନା, ଅଲ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟର ସାଧାରଣ ସମ୍ପାଦକ ନନ୍ଦିନୀ ପଣ୍ଡା,ସୁଶ୍ରୀ ସଂଗୀତା, ଓଡିଶା ଅଙ୍ଗନୱାଡି ଓ୍ବାର୍କର ଏଣ୍ଡ ହେଲପର ୟୁନିଅନର ପୁଷ୍ପା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସକାରାତ୍ମକ ଆଲୋଚନା କରିଥିଲେ l ଅଙ୍ଗନବାଡି କର୍ମୀଙ୍କ ବହୁ ଗୁଡାଏ ମୌଳିକ ସମସ୍ୟାର ସମାଧାନ କରାଯିବା ସକାଶେ ଆଲୋଚନା ହୋଇଥିଲା । ଗୁଡ଼ାଏ ସମସ୍ୟା ସମାଧାନ ସକାଶେ ପଦକ୍ଷେପ ନିଆଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ l ତନ୍ମଧ୍ୟରେ ୨୦୦୦ ହଜାର ଭତ୍ତା ବୃଦ୍ଧି କରାଯିବ, ନୂଆ ଫାଇବ୍-ଜି ମୋବାଇଲ ଶୀଘ୍ର ଦିଆଯିବ, ବଜାର ଦର ଅନୁସାରେ ରିଚାର୍ଜ ଭାଉଚର ପଇସା ଦିଆଯିବ, ପୋଷଣ ଟେକରଙ୍କ ବକେୟା ଟଙ୍କା ସବୁ ପାଇବେ, ୨୦୨୩, ୨୦୨୪, ୨୦୨୫ର ସିଧା ଟଙ୍କା ଦିଆଯିବ, ଅଙ୍ଗନବାଡି କର୍ମୀଙ୍କ ନାମରେ ଏକ ଲକ୍ଷ ଟଙ୍କା ଜମା ହେବ, ଅବସର ସମୟରେ ସମୁଦାୟ ସରକାରୀ ସହଯୋଗ ରେ ଅଧିକ ପଇସା ମିଳିବ, ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ସକାଶେ ପୁନଃ ଖାଦ୍ୟ କେନ୍ଦ୍ରରେ ପଡିବ, ସୁପରଭାଇଜର ପଦୋନ୍ନତିରେ ପଲିସି ପରିବର୍ତ୍ତନ ହେବ, ଏଜୁକେସନ ମଡ୍ୟୁଲ ତିଆରି ହେବ, ଅବସର ବେନିଫିଟ୍ ଶୀଘ୍ର ଦିଆଯିବ, ୨୦ ହଜାର କେନ୍ଦ୍ରରେ ସୋଲାର ବିଦ୍ୟୁତ କାର୍ଯ୍ୟକାରୀ କରାଯିବ,ବିଭିନ୍ନ ସମୟରେ ଏବଂ ବିଭିନ୍ନ କାମରେ କର୍ମୀଙ୍କୁ ଡାକରା ହେଲେ ଟିଏ ଦିଆ ହେବ ବୋଲି ନିଷ୍ପତ୍ତି ହେବା ସହିତ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇ ତାକୁ ପଦକ୍ଷେପ ନିଆଯିବ ବୋଲି ସଚିବ କହିଥିଲେ l ଅଙ୍ଗନବାଡି କର୍ମୀଙ୍କୁ ଶ୍ରମସମ୍ମିଳନୀ ନିଷ୍ପତ୍ତି ଅନୁସାରେ ୨୬ ହଜାର ଦରମା ଦେବା ,ବଜାର ଦର ଅନୁସାରେ ଅଣ୍ଡା ଓ ଏସ୍ ଏନ୍ ପି ଦର ବୃଦ୍ଧି କରିବା, ଶହେ ଶତକଡା ସୁପରଭାଇଜର ପଦବୀରେ ପଦୋନ୍ନତି ଦେବା,ପେନସନ୍ ୧୦ ହଜାର ଏବଂ ଅବସର ବେନିଫିଟ୍ ୧୦ ଲକ୍ଷ୍ୟ ଦେବାକୁ ଆଲୋଚନା ରେ ଉପସ୍ଥିତ ଥିବା ଅଙ୍ଗନବାଡି କର୍ମୀ ସଂଘ ର କର୍ମକର୍ତ୍ତା ଦାବି କରିଥିଲେ,ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ର ଆବାହକ ଶ୍ରମିକ ନେତା ପ୍ରଶାନ୍ତ ପାଢୀ କହିଛନ୍ତି ଯେ ଓଡିଶାରେ ଅଙ୍ଗନବାଡି କର୍ମୀ ଙ୍କ ସକାଶେ କାମ କରୁଥିବା ସଂଘ କର୍ମକର୍ତା ଙ୍କ ସହିତ ନୂତନ ଭାବେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ରୂପେ ଯୋଗ ଦେଇଥିବା ଡଃ ମୃଣାଲିନି ଦରସୂୱାଲ ଆଲୋଚନା କରିବା ଏକ ଭଲ ବ୍ୟବସ୍ଥା l ସଂଘ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଗୁରୁତ୍ଵ ଦେଇ ଶୁଣିଥିଲେ ବୋଲି ଶ୍ରୀ ପାଢୀ କହିଛନ୍ତି l





