ବିଶ୍ୱନାଥପୁରରେ ବିଜୁବାବୁ ଶ୍ରାଦ୍ଧ ଦିବସ ପାଳିତ

ପଞ୍ଚାୟତ ନିର୍ବାଚନ ପାଇଁ ପାଗ ବାନ୍ଧୁଛି ବିଜୁ ଜନତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦୁଇବର୍ଷ ମଧ୍ୟରେ ବିଜେପି ସରକାର ରାଜ୍ୟର ବିକାଶ କରିବା ତ ଦୂରର କଥା ଓଲଟା ଆଣ୍ଠେଇ ପଡ଼ିଲାଣି। ସାଧାରଣ ଲୋକେ ଡବଲ ଇଞ୍ଜିନ ସରକାର ଉପରେ ଅତିଷ୍ଠ ହୋଇପଡିଲେଣି। ବିଜୁ ଜନତା ଦଳକୁ ଏହାର ଜବାବ ଦେବାକୁ ହେବ। ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ପ୍ରତ୍ୟେକ ବିଜେଡି କର୍ମୀ ଏହି ସଂକଳ୍ପ ନେଇ ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଛନ୍ତି ଦଳୀୟ ନେତୃବୃନ୍ଦ। ବିଜେଡି ପକ୍ଷରୁ ଆଜି ବିଶ୍ୱନାଥପୁରଠାରେ ନିର୍ବାଚନମଣ୍ଡଳୀ ସ୍ତରୀୟ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା ସଭାପତି ତଥା ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜିଲ୍ଲା ବିଜେଡି ବରିଷ୍ଠ ଉପ ସଭାପତି ପ୍ରଦୀପ ମୁଣ୍ଡ, ଧର୍ମେନ୍ଦ୍ର ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ମାଣିକ୍ୟ ଚନ୍ଦ୍ର ନାଏକ, ଲାଞ୍ଜିଗଡ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ଋତୁରାଜ ମାଝୀ, ଆଶୁତୋଷ ପୁରୋହିତ, ସତ୍ୟନାରାୟଣ ଅଗ୍ରୱାଲ, ଥୁଆମୂଳ ରାମପୁର ବ୍ଲକ ସଭାପତି କପିଳାସ ନାଏକ, ଜଗଦୀଶ ବେନିଆ, ବରିଷ୍ଠ ନେତା ଚନ୍ଦ୍ରଧ୍ଵଜ ପେସନିଆ, ମନୋହର ହରପାଲ, ଚାଷୀ ନେତା ସାମନ୍ତ ଖମାରୀ, ତ୍ରିଲୋଚନ ପାଣିଗ୍ରାହୀ, ଦିଲ୍ଲୀପ ରାଉତ, ଚୂଡ଼ାମଣି ନାଏକ, ବିଜୟ ମାଝୀ, ବଳଭଦ୍ର ଜାନୀ, ଫୋଟୋ ସିଂ ଭୋଇ, ଶେଖ ମୁନାବର, ଅଜିତ ପ୍ରଧାନୀ, ଚନ୍ଦ୍ର ମହାପାତ୍ର, ଲୋକନାଥ ମାଝୀ, ହରିହର କୁମାର, ଉଦ୍ଧବ ମାଝୀ, ମୋହନ ଗହୀର, ଜିଲ୍ଲା ପରିଷଦ ସଦସ୍ୟ , ଅଞ୍ଜଳି ମାଝୀ, ସୁଷମା ମାଝୀ, ଯୋଶବନ୍ତି ନାଏକ, ଦେବ ପୂଜାରୀ, ପୁଷ୍ପଲତା ନାଏକ, ଟୁନି ଖୋସଲା, ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ମାଝୀ, ସରସ୍ବତୀ ମୁଣ୍ଡା, ବ୍ଲକ ଯୁବ ସଭାପତି ଦିଲେଶ ନାଗ, ମଳୟ ରାଉତ, ରାଜେନ୍ଦ୍ର ମାଝୀ, ପ୍ରଦୀପ ନାଏକ, ଚନ୍ଦନ ନାଏକ, ପ୍ରଶାନ୍ତ ପଣ୍ଡା, ଦେବେନ୍ଦ୍ର ମାଝୀ, ରୁନା ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଲାଞ୍ଜିଗଡ଼ ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜୟପାଟଣା ଯୁବ ସଭାପତି ଅମ୍ବୁଜ ଧଙ୍ଗଡ଼ାମାଝୀ ସଭା ପରିଚାଳନା କରିଥିବାବେଳେ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.