କଲ୍ୟାଣସିଂହପୁର ବ୍ଲକ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ତିରୋଧାନ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏଥିରେ ବିଷମକଟକ ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେଡ଼ି ନେତା କର୍ମୀ ଉପସ୍ଥିତ ରହି ଧୁମ୍ ଧାମରେ ପାଳନ କରିଥିବା ଦେଖିବାକୁ ମିଳିଛି। ବିଜେଡି ଳ ବ୍ଲକ ସଭାପତି ସୁନ୍ଦର ରାଓ ବାଗଙ୍କ ନେତୃତ୍ୱରେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରାକା, ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାସ, ଆଇନଜିବି ତଥା ବାର ଆସୋସିୟସନର ସଭାପତି ବ୍ରଜସୁନ୍ଦର ନାୟକ, ରାଜ୍ୟ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗର ପୃଥିବୀ ରାଜ୍ ସହ ଓଡିଶା ଜିଲ୍ଲା ଯୁବ ସଭାପତି ଉଦୟ କୁମାର ହିମିରିକା, ଓଡିଶା ରାଜ୍ୟ ଉପସଭାପତି ଦେବାଶିଷ ଖାଡ଼ଙ୍ଗା, ଜିଲ୍ଲା କାର୍ଯ୍ୟ ନିର୍ବାହୀ ଟି ଗୌରୀଶଙ୍କର,ବନମାଳୀ କାଡ୍ରାକା,ଖ ଜୋନ ର ସମିତି ସଭ୍ୟ ସଭ୍ୟା, ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ବ୍ଲକ ଉପାଧକ୍ଷ ଡମ୍ବରୁ କଞ୍ଜାକା, ବହୁ ସଂଖ୍ୟକ ଦଳୀୟ କର୍ମୀ ନେତା ପ୍ରମୁଖ କାଳୀ ସୁନ୍ଦରୀ ମନ୍ଦିର ଠାରେ ଏକତ୍ରିତ ହୋଇ ଡିଜେ ବାଜା ଓ ଶଙ୍ଖ ଧ୍ୱନିରେ ଏକ ବିରାଟ ପଦ ଓ ବାଇକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଅସ୍ଥାୟୀ ମଣ୍ଡପ ରେ ପହଞ୍ଚି ଥିଲେ। ମହାନ ଜନନାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡିଶା ର ବରପୁତ୍ର, ସ୍ୱାଧୀନୋତ୍ତର ଓଡିଶା ବିକାଶର ଅନନ୍ୟ ସ୍ତପତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୨୯ତମ ତିରୋଧାନ ଦିବସ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଓ ତାଙ୍କ ସ୍ମୃତିଚାରଣ କରିଥିଲେ। ଏହାକୁ ଏମ୍ ଧର୍ମେନ୍ଦ୍ର, ବୃନ୍ଦାବନ ପାଢ଼ୀ (ଟିଟି)ପରିଚାଳନା କରିଥିବା ବେଳେ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.