ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ଦେଇ ରାୟପୁରକୁ ଚୋରା ଚାଲାଣ ହେଉଥିବା ଏକ ବ୍ୟବସାୟିକ (କମରସିଏଲ) ଗ୍ୟାସ ବୋଝେଇ ପିକଅପ ଉପରେ ସୋମବାର ସ୍ଥାନୀୟ ପୋଲିସ ଓ ଯୋଗାଣ ବିଭାଗ ଚଢ଼ାଉ କରିଛନ୍ତି। ସହରର କଲମପୁର ଛକ ନିକଟରୁ ଧରା ପଡିଥିବା ଏହି ପିକଅପ ନଂ (ସିଜି ୦୪ ପି ଡବ୍ଲୁ ୭୨୭୧) ରେ ଯାଞ୍ଚ କରାଯିବାବେଳେ ୬୪ ଟି ଗ୍ୟାସ ଜବତ ହୋଇଥିଲା। ଯେଉଁଥିରେ ୫୨ ଟି ଭର୍ତ୍ତିଥିବା ଓ ଅବଶିଷ୍ଟ ଖାଲି ରହିଥିଲା। ସେହିପରି ଗାଡିଟି ଭବାନୀପାଟଣାରୁ ଗ୍ୟାସ ଧରି ରାୟପୁରକୁ ଚାଲାଣ ହେଉଥିଲା। ଏହି ଘଟଣାରେ ସମ୍ପୃକ୍ତ ଗାଡି ଚାଳକ ରାୟପୁରର ମନୋଜ କୁମାରଙ୍କୁ ପୋଲିସ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରୁଛି। ଏହି ଚଢ଼ାଉରେ ଜୁନାଗଡ଼ ଥାନା ଆଇ.ଆଇ.ସି ଶେଷଦେବ ବେହେରା, ଜିଲା ଯୋଗାଣ ଅଧିକାରୀ ଅଜୟ ବେହେରା, ଜୁନାଗଡ଼ ବ୍ଲକ ଯୋଗାଣ ନିରୀକ୍ଷକ ଅଲେଖ ଭୋଇ, ଧର୍ମଗଡ଼ ଗଣପତି ତାଣ୍ଡି ପ୍ରମୁଖ ସାମିଲ ଥିଲେ।





