ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଉଚ୍ଚଳା ଗ୍ରାମ ପଞ୍ଚାୟତ ଘଣ୍ଟିଗୁଡା ମାଁ ମାଉଲି କ୍ରିକେଟ କ୍ଳବ୍ ଆନୁକୂଲ୍ୟରେ ନକ୍ ଆଉଟ୍ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଅଛି। ଏହି ପ୍ରତିଯୋଗିତା ଛଅ ଦିନଧରି ଚାଲିଥିବା ବେଳେ ବଡ ପୁଝାରୀ ଗୁଡା ଓ କୁମଯୋର କ୍ରିକେଟ ଟିମ୍ ଫାଇନାଲ କୁ ଉନ୍ନୀତ ହୋଇଥିଲେ। ଉଭୟ ବଡ଼ ପୁଝାରୀ ଗୁଡା ଓ କୁମଯୋର ମଧ୍ୟରେ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବଡ ପୁଝାରୀ ଗୁଡା କ୍ରିକେଟ ଦଳ ଟସ୍ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୧୦ ଓଭର ଖେଳ ମଧ୍ୟରେ ବଡ଼ ପୁଝାରୀ ଗୁଡା ଦଳ ୧୪୬ ରନ୍ ସଂଗ୍ରହ କରିଥିବା ବେଳେ କୁମଯୋର କ୍ରିକେଟ ଦଳ ଏହାର ଲକ୍ଷ୍ୟ କୁ ପିଛା କରିବାକୁ ଯାଇ ୬ ୱିକେଟ୍ ହରାଇ ୧୦୨ ରନ୍ ସଂଗ୍ରହ କରି ପରାଜୟ ହୋଇଥିଲେ। ଫଳରେ ବଡ଼ ପୁଝାରୀ ଗୁଡା କ୍ରିକେଟ ଦଳ ବିଜୟ ଟ୍ରଫି ହାତେଇବା ରେ ସଫଳ ହୋଇଥିଲେ। ଏହି କ୍ରିକେଟ ଖେଳ ପରିଚାଳନା ରେ ଏମ୍ ପି ୟର୍ ଭାବରେ କାହ୍ନୁ ଓ ମନି ମାଝୀ ଦାୟିତ୍ଵ ନିର୍ବାହ କରିଥିବା ବେଳେ ନୀଳାମ୍ବର ନାଏକ ଓ କେମନ୍ତ ରାଉତ ସ୍କୋର୍ ବୋର୍ଡ ଦାୟିତ୍ଵ ନିର୍ବାହ କରିଥିଲେ। ଏହି ପରିପ୍ରେକ୍ଷୀରେ ଉଚ୍ଚଳା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଟେମଳ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଘଣ୍ଟିଗୁଡା ଗ୍ରାମ୍ୟ କମିଟି ର ସଭାପତି ଜୟଲାଲ ନାଏକ, ସମ୍ପାଦକ ଦିର୍ଯ୍ୟୋଧନ ରାଉତ, ଶିକ୍ଷକ ବୁଦ୍ଧି ରାମ ନାଏକ, ସୁଦର୍ଶନ ରାଉତ, ଅଭିରାମ ରାଉତ, ତ୍ରିଲୋଚନ ନାଏକ, ଡମ୍ବରୁଧର ନାଏକ ଗଜେନ୍ଦ୍ର ରାଉତ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ। ହିମାଞ୍ଚଲ ରାଉତ କ୍ରିକେଟ ଖେଳ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଜିମନ ଲାଲ ନାଏକ, ହେମନ୍ତ ନାଗ ସହଯୋଗ କରିଥିଲେ। କ୍ରିକେଟ ଖେଳ ପରିଚାଳନା କମିଟି ର ବଂଶିଧର ନାଏକ, ଖୁସି ନାଏକ, ଲକ୍ଷ୍ମଣ ରାଉତ, ସୁଧିର ରାଉତ, ପିଣ୍ଟୁ ନାଏକ ଇନ୍ଦ୍ର ମାଝୀ, ପ୍ରବୀଣ ନାଏକ କାର୍ତ୍ତିକ ନାଏକ ତଥା ଗ୍ରାମ ଯୁବକ ସହଯୋଗ କରିଥିବା ବେଳେ ଆଖପାଖ ଅଞ୍ଚଳର ଶତାଧିକ କ୍ରିକେଟ ପ୍ରେମୀ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।





