ସିୟୁଟିଏମରେ “ବିଶ୍ୱ ପୃଥିବୀ ଦିବସ-୨୦୨୬” ପାଳିତ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ସଦର ମହକୁମା ପାରାଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ଗୋଷାଣୀ ବ୍ଲକ୍ ରାଜ ସିତାପୂର୍ ସ୍ଥିତ ଆଲ୍ଲୁରୀ ନଗର ଠାରେ ଥିବା ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସି:ୟୁ:ଟି:ଏମ) ର ସିଭିଲ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ “ବିଶ୍ୱ ପୃଥିବୀ ଦିବସ-୨୦୨୬ ଅତ୍ୟନ୍ତ ଉତ୍ସାହ ଓ ପରିବେଶ ସୁରକ୍ଷା ପ୍ରତି ଦୃଢ଼ ପ୍ରତିବଦ୍ଧତା ସହ ଅନୁଷ୍ଠିତ ହୋଇଯାଇଛି।  କାର୍ଯ୍ୟକ୍ରମର ସଂଯୋଜକ ଡ଼ଃ ମଦନ ମୋହନ ରାଉତ ନବୀକରଣଶୀଳ ଉର୍ଜାର ପ୍ରଚାର , ଉର୍ଜା ସଞ୍ଚୟ ଏବଂ ଅପଚୟ ପଦାର୍ଥ କମାଇବା ପାଇଁ ସମୁହିକ ପଦକ୍ଷେପର ଆବଶ୍ୟକତା ଉପରେ ଉଲ୍ଲେଖ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ସସ୍ଥାୟୀ ଉନ୍ନୟନର ରାଷ୍ଟ୍ରଦୂତ ହେବାକୁ ଆହ୍ୱାନ କରିଥିଲେ। 

  ସେହିଭଳି ସିଭିଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡଃ ରାଜୀବ କୁମାର ମାଝୀ ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକଳାପ ବିଷୟରେ ଆଲୋକପାତ କରିବା ସହ ପ୍ରାୟୋଗିକ ଶିକ୍ଷା , ନବୀକରଣଶୀଳ ଉର୍ଜା ମଡେଲ୍ ଏବଂ ପରିବେଶମୁଖୀ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ନିଜର ମତ ରଖିଥିଲେ । 

  ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସୋଏଟ) ର ଡିନ୍ ଡ଼ଃ ପ୍ରଫୁଲ୍ଲ କୁମାର ପଣ୍ଡା ଯୋଗ ଦେଇ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ପ୍ରଯୁକ୍ତିବିଦ୍ୟା ନବସୃଜନର ଗୁରୁତ୍ୱ ବିଷୟରେ କହିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ-ଅନୁକୂଳ ସମାଧାନ ଉନ୍ନତ କରିବାକୁ ପ୍ରେରିତ କରିଥିଲେ। 

   ଡିନ୍ ଅଫ୍ ଷ୍ଟୁଡେଣ୍ଟ ଅଫେୟର୍ସ ଡ଼ଃ ରିତେଶ , ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସମ୍ବନ୍ଧୀୟ କାର୍ଯ୍ୟରେ ସକ୍ରିୟ ଭାଗ ନେବା ଓ ଦୈନନ୍ଦିନ ଜୀବନରେ ସବୁଜ ଅଭ୍ୟାସ ଅନୁସରଣ କରିବାକୁ ପ୍ରେରଣା ଦେଇଥିଲେ। ସେହିଭଳି ରେଜିଷ୍ଟ୍ରାର ଡ଼ଃ ଅନିତା ପାତ୍ର ଆୟୋଜକ ମଣ୍ଡଳୀର ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ପରିବେଶ ସଚେତନତା ବିକାଶରେ ସାଂଗଠନିକ ସହଯୋଗର ଗୁରୁତ୍ୱ ଉପରେ ଉଲ୍ଲେଖ କରିଥିଲେ ।

     ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନବୀକରଣଶୀଳ ଉର୍ଜା ମଡେଲ୍ ପ୍ରଦର୍ଶନୀ , ବିଶେଷଜ୍ଞ ଉପସ୍ଥାପନା , କ୍ୱିଜ୍ ପ୍ରତିଯୋଗିତା , “ସେଭ୍ ଏନର୍ଜି , ସେଭ୍ ଅର୍ଥ” ପ୍ରଭୃତି ବାର୍ତ୍ତା ସହ ରାଲି ଏବଂ ବୃକ୍ଷରୋପଣ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୧୨୦ ଜଣ ଉତ୍ସାହୀ ଛାତ୍ରଛାତ୍ରୀ—ଏମ୍.ଆର୍. ବୋଏଜ୍ ହାଇସ୍କୁଲ୍ , ଏମ୍.ଆର୍. ଗାର୍ଲ୍ସ ହାଇସ୍କୁଲ୍ , ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ସ୍କୁଲ୍ ଏବଂ ଜବାହର ନବୋଦୟ ବିଦ୍ୟାଳୟରୁ—ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେଇଥିଲେ। ସମସ୍ତ ଅତିଥିବୃନ୍ଦ ଏହି ବର୍ଷର ଥିମ୍ “ଆୱର୍ ପାୱର୍, ଆୱର୍ ପ୍ଲାନେଟ୍” ର ସନ୍ଦେଶ’କୁ ପୁନରୁଚ୍ଚାରଣ କରି ପୃଥିବୀକୁ ସୁରକ୍ଷିତ ଓ ସଂରକ୍ଷିତ କରିବା ପାଇଁ ସାମୁହିକ ପ୍ରୟାସର ଆହ୍ୱାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.