ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜବିହାର ଠାରେ ସଂକୁଳ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜବିହାର ଠାରେ ସଂକୁଳ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। କମିଟିର ସଭାପତି ଦୀନବନ୍ଧୁ ମୁଣ୍ଡଙ୍କ ଦ୍ୱାରା ସୋମବାର ସନ୍ଧ୍ୟାରେ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଥିଲା। ଏଥିରେ ଅତିଥି ଭାବେ କମିଟି ସମ୍ପାଦକ  ପ୍ରମୋଦ କୁମାର ପଣ୍ଡା ଓ ସଂକୁଳ ପ୍ରମୁଖ ଅଶୋକ କୁମାର ସିଂହ ଉପସ୍ଥିତ ଥିଲେ। କାର୍ଯ୍ୟଶାଳା ପରିଚାଳିତ ହୋଇଥିଲା ସଂକୁଳ ସଂଯୋଜକ ତଥା ବିଦ୍ୟାଳୟର ପ୍ରଧାନଆ ଚାର୍ଯ୍ୟ ମନୋଜ କୁମାର ମୁଣ୍ଡଙ୍କ ଦ୍ଵାରା। ମଞ୍ଚ ପରିଚାଳନା କରିଥିଲେ ବୃନ୍ଦାବତୀ ବିହାରର ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ସାହୁ। ଭବାନୀପାଟଣା ସଂକୁଳ ଅନ୍ତର୍ଗତ ୯ଟି ବିଦ୍ୟାଳୟର ୧୫୦ଜଣ ଗୁରୁଜୀ ଗୁରୁମା କର୍ମଶାଳାରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟଶାଳା ୩ ଦିନ ଧରି ଚାଲିବ ବୋଲି ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.