ସର୍ଗିଗୁଡାରେ ୨୪ ପ୍ରହର ନାମଯଜ୍ଞ ଆରମ୍ଭ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡାର ବହୁ ପ୍ରସିଦ୍ଧ ୫୬ତମ ୨୪ ପ୍ରହର ନାମଯଜ୍ଞ ଆଜି ମଙ୍ଗଳବାର ସକାଳୁ ଆରମ୍ଭ ହୋଇଛି। ଆୟୋଜକ ସର୍ଗିଗୁଡା ସଙ୍କୀର୍ତ୍ତନ ମଣ୍ଡଳୀ ନାମ ଆରମ୍ଭ କରିଥିଲେ। ଏନେଇ ସୋମବାର ଅପରାହ୍ନ ୪ ଘଣ୍ଟା ପରିଚାଳନା ସମିତିର ସଭାପତି ଅଜୟ ନାଏକ ଓ ସମ୍ପାଦକ ଅନନ୍ତ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଜହରଲାଲ ବିଶ୍ଵାଳ, ଚକ୍ରଧର ସା, ନାରାୟଣ ମାଝୀ, ପ୍ରଦୀପ କୁମାର ନାଏକ, କିଶୋର କୁମାର ନାଏକ, ସଞ୍ଜୟ ନାଏକ, ରଞ୍ଜନ ବିଶ୍ୱାଳ, ବରିଷ୍ଠ ସଦସ୍ୟ ଚକ୍ରଧର ସା, ମାନସ ସା, ନିହାର ନାଏକ, ପପୁ ନାଏକ, ଯତୀନ ସାହୁ, ଲଳିତ ପଧାନ, ଶେଷ ପଧାନ, ଗୁଲେଶ ପଧାନ, ଚିଟା, ବିନୟ ଭୋଇ, ଘନଶ୍ୟାମ ଭୋଇ, ଅର୍ଚ୍ଛୁତ ପଧାନ, ପଙ୍କଜ ପଧାନ, ମୋହନ ସାହୁ, ଶଶିଦେବ ନାଗ, ସୁବୋଧ ବିଶ୍ବାଳ, ସୁରେଶ ବିଶ୍ଵାଳ, ବୈଷ୍ଣବ ନାଏକ, କୃଷ୍ଣଚନ୍ଦ୍ର ପୋଢ, ଯଦୁ ମାଝୀ, ବିଦେଶୀ ବାଗ, ବିପ୍ର ବିଶ୍ୱାଳ, ପରମେଶ୍ୱର ବିଶ୍ୱାଳ. ଚୁଡାମଣି ଭୋଇ, କବିରାଜ କରୁଆଁ, ମାଝୀଗୌରୀ ପଣ୍ଡା, କୁଣ୍ଡଳ ନାଗ, ଫକୀର ନାଗ, ପ୍ରମୁଖଙ୍କ ସମେତ ଗ୍ରାମର ସଙ୍କୀର୍ତ୍ତନ ମଣ୍ତଳୀ ପରିଚାଳନା ସମିତିର ସଦସ୍ୟ ବୃନ୍ଦ, ଶହ ଶହ ସଂଖ୍ୟାରେ ମହିଳାମାନେ କଳସ ମୁଣ୍ଡେଇ କଳସ ଯାତ୍ରାରେ ସାମିଲ ହୋଇଥିଲେ। କର୍ତ୍ତା ଓ କର୍ତ୍ତ୍ରୀ ଦମ୍ପତି କୃଷ୍ଣଚନ୍ଦ୍ର ନାଏକ ଏଵଂ ନିରୁପମା ନାଏକ ସବା ଆଗରେ ବର୍ଦ୍ଧନି କଳସ ମୁଣ୍ଡେଇ ଚାଲିଥିଲେ। ନାମ ଯଜ୍ଞ ମଣ୍ଡପରେ କଳସ ସ୍ଥାପନା ପରେ ରାତିରେ ଅଧିବାସ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ମଙ୍ଗଳବାର ସକାଳ ୮ଘଣ୍ଟା ୫ ମିନିଟ ସମୟରେ ନାମ ଆରମ୍ଭ ହୋଇଛି। ବୁଧବାର ଓ ଗୁରୁବାର ଦୁଇଦିନ ଧରି ଅନବରତ ଅଖଣ୍ଡ ନାମ ଚାଲିବା ପରେ ଶୁକ୍ରବାର ସକାଳ ୮. ୫ ସମୟରେ ପୂର୍ଣ୍ଣାହୁତି ପଡିବ। ମୁଖ୍ୟ ପୂଜକ ଭାବରେ ପାକେଲପଡ଼ାର ପଣ୍ଡିତ ସନ୍ତୋଷ ରଥ, ଜପକ ଭାବରେ ରଶ୍ମିରଞ୍ଜନ ରଥ ଓ ବିନୋଦ ମିଶ୍ର, ପାଚକ ଭାବରେ ନାରାୟଣ ପାଢୀ ଦାୟୀତ୍ୱ ନିର୍ବାହନ କରୁଥିବା ଜଣାପଡିଛି। ଚଳିତ ବର୍ଷ ଆୟୋଜକ ସର୍ଗିଗୁଡ଼ାର ଦୁଇଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ସମେତ ଉଲିକୁପା, ଗୋପୀନାଥପୁର, ରାୟଗଡ଼ା ଜିଲ୍ଲାର ପେଡିଗୁଡା, ଖାସବାହାଲି, ବଲାଙ୍ଗୀର ଜିଲ୍ଲାର କଟାପାଲି, ସାନବିଛିଲିବହାଲ, ଧୁମାଭଟା, ଛତିଶଗଡ ରାଜ୍ୟର ଫୁସଲଡା, ଧରଣୀଧୋଡା, ଅଏଁଲାଭଟା, ନବରଙ୍ଗପୁର ଜିଲ୍ଲାର ଜମାଦାରପଡା ଓ ମହାଲିଙ୍ଗ ଏଭଳି ମୋଟ ୧୪ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଏହି ନାମଯଜ୍ଞ ରେ ଅଂଶ ଗ୍ରହଣ କରିଥିବା ଜଣାପଡିଛି। ପ୍ରବଳ ରୌଦ୍ରତାପକୁ ଦୃଷ୍ଟିରେ ରଖି ପାନୀୟ ଜଳର ସୁବ୍ୟବସ୍ଥା, ଭକ୍ତବୃନ୍ଦ ସୁବ୍ୟବସ୍ଥିତ ଭାବରେ ବସି ସଙ୍କୀର୍ତ୍ତନ ଦେଖିବା ପାଇଁ ଵିଶେଷ ବ୍ୟବସ୍ଥା ଓ ଅନ୍ନଛତ୍ରର ବ୍ୟବସ୍ଥା କରାଯାଇଥିବା ସଭାପତି ଶ୍ରୀ ନାଏକ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.