ଆଶ୍ରୟସ୍ଥଳୀ ସମ୍ପୂର୍ଣ ନଷ୍ଟ, ବିଦ୍ୟୁତ ବିଛିନ୍ନ, ଗାଁ ଅନ୍ଧାର 

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଗୋଡ଼ିବାଲି ଓ ମାଣ୍ଡିବିଶି ମଧ୍ୟ ଭାଗରେ ରହିଥିବା ବର୍ତ୍ତିବାଲି ଗ୍ରାମ ଛକରେ ଶିକରପାଇ କାଶୀପୁର ଭାୟା ମାଣ୍ଡିବିଶି ରାସ୍ତା କାମରେ ନିୟଜିତ ଥିବା ମାଟି ବୋଝେଇ ଟିପର ଓ ଡ଼ି ୦୮ କ୍ଯୁ ୭୫୭୧ ନମ୍ବର ବିହିନ ଗାଡ଼ି ମାଣ୍ଡିବିଶି ପଟୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଗାଁ ମୁଣ୍ଡରେ ଥିବା ସରକାରୀ ଆଶ୍ରୟ ସ୍ଥଳ କୁ ଶକ୍ତ ଧକା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି | ଫଳରେ ଏଠାରେ ଆଶ୍ରୟ ନେଇ ଥିବା ବର୍ତ୍ତିବାଲି ଗାଁ ର ସାତ ଆଠ ଜଣ ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି | ମିଳିଥିବା ସୂଚନା କି ଦିନ ବେଳ ଟାରେ ଖରା ହୋଉଥିବାରୁ ବର୍ତ୍ତିବାଲି ଗାଁ ଲୋକେ ଏହି ଆଶ୍ରୟ ସ୍ତଳରେ ଖୋଲା ପବନ ପାଇବା ନେଇ ବିଶ୍ରାମ କରୁଥିଲେ ସେହି ସମୟରେ ହଟାତ ଟିପର ଟି ମାଡ଼ି ଆସୁଥିବା ଦେଖି ସମସ୍ତେ ପ୍ରାଣ ବିକଳରେ ଧାଇଁ ଦେଇଥିଲେ | ଫଳରେ ଶିକରପାଇ ଠାରୁ କାଶୀପୁର ଅଞ୍ଚଳ କୁ ଯାଇଥିବା ବିଦୂତ ସମ୍ପୂର୍ଣ ଭାବେ ବିଛିନ୍ନ ହୋଇଯାଇଛି | ଗାଁ ଲୋକଙ୍କ କହିବା ଅନୁଯାଇ ଏହି ରାସ୍ତାରେ ନିୟଜିତ ସମସ୍ତ ଗାଡ଼ି ଦ୍ରୁତ ଗତିରେ ଚାଲେ ପୂର୍ବରୁ ମଧ୍ୟ ଏକ ଗାଡ଼ି ଗାଁ ପାଖରେ ଏକ ଛେଳି କୁ କଚାଡି ଦେଇ ଚାଲିଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ଏହି ଦୁର୍ଘଟଣା ପରେ ବର୍ତ୍ତମାନ ସୁଦ୍ଧା ବିଜୁଳି ବିଛିନ୍ନ ଜଗୁଁ ଗାଁ ଟି ଅନ୍ଧାର ରେ ରାତ୍ରି ବିତିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.