ଦାବଯୋରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ: ୧୬ ପ୍ରହର ନାମଯଜ୍ଞ, ପଞ୍ଚକୁଣ୍ଡୀୟ ଯଜ୍ଞର ଆୟୋଜନ 

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ କରମତଲା ପଞ୍ଚାୟତ ଦାବଯୋରୀ ଗାଁରେ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ମହିଳାଙ୍କ କଳସ ଯାତ୍ରା ରବିବାର ରାତିରେ ଅନୁଷ୍ଠିତ ହୋଇଯାଇଛି । ଶତାଧିକ ମହିଳା ସ୍ଥାନୀୟ ପାଣିଖାଇ କଟାରୁ କଳସରେ ଜଳ ସଂଗ୍ରହ କରିଥିଲେ | ଜଳ ପୂର୍ଣ୍ଣ କଳସକୁ ନାମଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ପରେ ପଣ୍ଡିତଙ୍କ ବେଦ ମନ୍ତ୍ର ଉଚ୍ଚାରଣ ଓ ପୂଜାର୍ଚ୍ଚନା ସହ ପଞ୍ଚକୁଣ୍ଡୀୟ ଯଜ୍ଞ ଆରମ୍ଭ ହୋଇଥିଲା |ମନ୍ଦିର ପ୍ରତିଷ୍ଠାକୁ ନେଇ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଦାବଜୋରୀ ତଥା ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସମବେତ ହେଉଛନ୍ତି । ସୋମବାର ଠାରୁ ୧୬ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଛି | ଗାଁ ଗୌନ୍ତିଆ ତରଣିସେନ୍ ପାତ୍ର, ଯଶୋବନ୍ତି ପାତ୍ର ପଞ୍ଚକୁଣ୍ଡୀୟ ଯଜ୍ଞର କର୍ତ୍ତା ତଥା ଦୁର୍ଯ୍ୟୋଧନ ପାତ୍ର, ସୀମା ମହାକୁର ନାମଯଜ୍ଞର କର୍ତ୍ତା ଦାୟିତ୍ୱ ନିର୍ବାହ କରୁଛନ୍ତି | ମୁଖ୍ୟ ପୂଜକ ଭବାନୀ ଶଙ୍କର ପାଣିଗ୍ରାହୀ, ପ୍ରମୋଦ ପଣ୍ଡା, ରାଜେନ୍ଦ୍ର ତ୍ରିପାଠୀଙ୍କୁ ଯଜ୍ଞ ସଞ୍ଚାଳନ ଓ ପୂଜାର୍ଚ୍ଚନାରେ ନବୀନ ପଣ୍ଡା, ଉମାଶଙ୍କର ନନ୍ଦ, ଗଜେନ୍ଦ୍ର ମିଶ୍ର, ଅଭୟ ପ୍ରସାଦ ପାଣିଗ୍ରାହୀ, ବିଷ୍ଣୁ ପ୍ରସାଦ, ପ୍ରଦୀପ ଯୋଶୀ ସହାୟତା କରୁଛନ୍ତି |ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.