ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପରିସରରେ ଥିବା ଭୀମଭୋଇ କନଫରେନ୍ସ ହଲ୍ ଠାରେ ଆଦିବାସୀ ସଂଘ ପକ୍ଷରୁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଦିଶାରୀ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ଆଦିବାସୀ ସଂଘର ସଭାପତି ମନୋଜ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଅତିଥି ଭାବେ ଦକ୍ଷିଣ ଓଡ଼ିଶା ଆଦିବାସୀ ସଂଘର ସଭାପତି ଗଙ୍ଗାଧର ମାଝୀ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ଭତରା ସମାଜ ସଭାପତି କୈଳାସ ମାଝି, କାର୍ଯ୍ୟକାରୀ ସଭାପତି ଗଙ୍ଗାଧର ପାତ୍ର ଜିଲ୍ଲା ପରିଷଦ ଜୋନ୍ ୧ ସଭ୍ୟ ଅଙ୍ଗଦ ମାଝୀ, କର୍ମଚାରୀ ସଂଘ ଜୟପାଟଣାର ଆବାହକ ଲଲିତ କୁମାର ନାଏକ, ବଡ଼ କର୍ଲାକୋଟ ସରପଞ୍ଚ ଚଞ୍ଚଲା ନାଏକ, ଖଲିଆଭଟ୍ଟା ସରପଞ୍ଚ ଶ୍ରୀମତୀ ପୁଝାରୀ ପ୍ରମୁଖ ମଞ୍ଚାସୀନ ରହିଥିଲେ। ବୈଠକରେ ଆଦିବାସୀ ସାଂଗଠନିକ କାର୍ଯ୍ୟକଳାପ ୨୨ ଗୋଟି ପଞ୍ଚାୟତ ରୁ ୧୦ ଟି ପଞ୍ଚାୟତ କମିଟି ହୋଇଥିବା ବେଳେ ଆଉ ଅନ୍ୟ ପଞ୍ଚାୟତ ଗୁଡ଼ିକରେ କିପରି କମିଟି ଗଠନ ଶିଘ୍ର ହୋଇପାରିବ, ଆଦିବାସୀ ସଂଗ୍ରହାଳୟ ନିର୍ମାଣ, ଶିକ୍ଷା କ୍ଷେତ୍ରରେ ଆଦିବାସୀ ଛାତ୍ର ଛାତ୍ରୀଙ୍କ ଯୋଗଦାନ, ଗ୍ରାମାଞ୍ଚଳରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରୀ ହୋଇପାରିବ ତତ୍ ସମ୍ପର୍କରେ ବେଠକ ବିଶଦ ଭାବରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଦିଶାରୀଙ୍କୁ ଭବ୍ୟ ସ୍ବାଗତ କରିବା ସହ ଆଦିବାସୀ ସମାଜର ଉତ୍ତର ଦାୟିତ୍ଵ ନିର୍ବାହ କରିବା ପାଇଁ ଅନୁରୋଧ କରାଯାଇଥିଲା। ଖଲିଆଭଟ୍ଟା ଠାରେ ନିର୍ମାଣ ହେବାକୁ ଥିବା ଗୃହ କିପରି ତ୍ବରାନ୍ବିତ ହୋଇପାରିବ ସେ ଦିଗରେ ଧ୍ୟାନ ଆକର୍ଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷାବିତ ଲଲିତ କୁମାର ନାଏକ ପରିଚାଳନା କରିଥିବା ବେଳେ ଓକିଲ ଗଙ୍ଗାଧର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।





