ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସଦରରେ ଷ୍ଟ୍ରିଟ୍ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଶିବ ମନ୍ଦିର ଠାରୁ ଖେଳାଳି ଓ କମିଟି ସଦସ୍ୟମାନେ ଶୋଭାଯାତ୍ରାରେ ବାହାରି ଭୁଦାନ କ୍ରିକେଟ ପଡିଆରେ ପହଞ୍ଚିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଭିଳାଷ ମହାନନ୍ଦୀଆ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଣେଷ ରାଉତ,କାମେଶ୍ୱର କରକରିଆ,ପଦ୍ମନ ଭତ୍ରା,ଦୀପକ କୁମାର ପରିଡା ଓ ଗୁରୁ କୌଶଲ୍ୟା ଉପସ୍ଥିତ ଥିଲେ। ଖେଳପ୍ରେମୀଙ୍କ ବ୍ୟାପକ ଉପସ୍ଥିତି ଓ ଉତ୍ସାହ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଦଳ ଭାଗ ନେଇଥିବା ବେଳେ ପ୍ରତିଦିନ ଗୋଟିଏ ମ୍ୟାଚ ଖେଳାଯିବ ଓ କୋଡିଏ ଦିନ ଧରି ଖେଳ ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।ଉଦ୍ଘାଟନୀ ମ୍ୟାଚରେ କଦମ୍ବଦ୍ୱାର ସାହି ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ରୋକଷ୍ଟାର ଇଲେଭେନ ଦଳ ୧୨ ଓଭରରେ ୬ ଉଇକେଟ ହରାଇ ୮୨ ରନ ସଂଗ୍ରହ କରିଥିଲା। ଏହାରି ଜବାବରେ କଦମ୍ବଦ୍ୱାର ସାହି ଦଳ ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରି ୭ ଓଭରରେ ୬ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରି ବିଜୟ ଲାଭ ହୋଇଥିଲା।ମ୍ୟାଚକୁ ମୁଖ୍ୟ ଏମ୍ପାୟାର ଭାବେ ମଧୁ କରକରିଆ ଓ ସତୀଶ କୁମାର ଦଣ୍ଡସେନା ପରିଚାଳନା କରିଥିବା ବେଳେ ଅନଲାଇନ ସ୍କୋର ବୁକ୍ରେ ଅଜୟ କୁମାର କାଡାରି ଦାୟିତ୍ୱ ନିର୍ବାହ କରିଥିଲେ। ଖେଳଟିକୁ ଦେବ ହିଆଲ ସଫଳତାର ସହ ପରିଚାଳନା କରିଥିଲେ।





