ଜୟପାଟଣାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜୟପାଟଣା ବ୍ଲକ ପି ଆର୍ ପେଲେସ ଠାରେ ବିଜେଡ଼ିର ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନାରୀ ଅଧିକାର ଅଭିଯାନ ଅନୁଷ୍ଠିତ ହୋଇଯାଇଛି।  ବ୍ଳକ ସଭାନେତ୍ରୀ ମୋହିନୀ ନାୟକ, କଳାହାଣ୍ଡି ଜିଲ୍ଲା ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଙ୍କ ନେତୃତ୍ୱରେ ଜୟପାଟଣା ବ୍ଲକ ଗିତା ଭବନ ଠାରୁ ଏକ ବିରାଟ ସଭୋଯାତ୍ରା ରେ ବାହାରି ପି ଆର୍ ପେଲସ ଠାରେ ପହଞ୍ଚିଥିଲା। ସେଠାରେ ନାରୀ ଅଧିକାର ଅଭିଯାନ ବିଷୟରେ ଏକ ସଭା ଆୟୋଜିତ କରାଯାଇଥିଲା। କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ସଭାପତି ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ଥୁଆମୁଲ ରାମପୁର ବିଧାୟକ ପ୍ରତିନିଧି ମାଣିକ୍ୟ ନାଏକ, ବିସିସିବି ର ପୁର୍ବତନ ସଭାପତି ଜିତେନ୍ଦ୍ର ନାରାୟଣ ସିଂ ଦେଓ, ଜୟପାଟଣା ବିଜୁ ଜନତା ଦଳ ଏନ୍ ଏ ସି ସଭାପତି ସତ୍ୟ ନାରାୟଣ ଅଗ୍ରୱାଲ, କଳାହାଣ୍ଡି ଜିଲ୍ଲା ବିଜେଡ଼ି ସଭାନେତ୍ରୀ, ଲାଞ୍ଜିଗଡ଼ ବ୍ଳକ ସଭାନେତ୍ରୀ, ଥୁଆମୁଲ ରାମପୁର ବ୍ଳକ ସଭାନେତ୍ରୀ, ତଥା ବରିଷ୍ଠ ବିଜେଡି କର୍ମୀ ମଞ୍ଚାସୀନ ରହିଥିଲେ। ଏହି କାର୍ଯ୍ୟକ୍ରମରେ ନାରୀ ଅଧିକାର ଅଭିଯାନର ମୂଳ ଉଦ୍ଦେଶ୍ୟ ହେଲା ନାରୀ ମାନଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ରେ ସରକାର ବିଫଳ ନାରୀ ନିର୍ଯାତନାକୁ ନିୟନ୍ତ୍ରଣ କରିବା ରେ ଅସମର୍ଥ ବୋଲି ବିଜେପି ସରକାର ବିରୋଧରେ ପ୍ରତିବାଦ କରାଯାଇଥିଲା। ବିଜୁ ଜନତା ଦଳ ସରକାର ଅମଳରେ ନାରୀକୁ ସମ୍ମାନ, ଦେବା ସହିତ ମିଶନ ଶକ୍ତି ଜରିଆରେ ମାଁ ମାନଙ୍କୁ ସ୍ବାବଲମ୍ବୀ କରିବାରେ ସଫଳ ହୋଇଥିଲା ବୋଲି ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ଶହଶହ ମହିଳା ଯୋଗଦେଇ ଅଂଶ ଗ୍ରହଣ କରିଥିଲେ। ବିଜୁ ଯୁବ ଜନତା ଦଳର ସଭାପତି ଅମ୍ବୁଜ ଧଙ୍ଗଡା ମାଝୀ ମଞ୍ଚକୁ ପରିଚାଳନା କରିଥିବା ବେଳେ ବିଜେଡି ଜୟପାଟଣା ବ୍ଲକ ସଭାନେତ୍ରୀ ମୋହିନୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.