ବଜ୍ରପାତ ନେଲା ଯୁବକଙ୍କ ଜୀବନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବୁଧବାର ସନ୍ଧ୍ୟାରେ କୋକସରା ଅଞ୍ଚଳର କେତେକ ସ୍ଥାନରେ କାଳବୈଶାଖୀ ସହ ଘଡ଼ଘଡ଼ି ଲାଗିରହିଥିଲା। ତେବେ ବଜ୍ରପାତରେ ଟେମେରା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଅକ୍ଷୀୟ କୁମାର ଦଳପତି (୩୭) ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଅକ୍ଷୀୟ ଶଶୁର ଘର ଭୁର୍ଷାଗୁଡା ଯାଇ ଗାଁକୁ ଫେରୁଥିବା ସମୟରେ ଟେମରା ପୁରୁଣା ମଦଭାଟି ଛକ ନିକଟରେ ବାଇକରେ ଥିବା ସମୟରେ ହିଁ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏନେଇ ପରିବାର ଲୋକେ କୋକସରା ଥାନାକୁ ଖବର ଦେଇଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.