ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜେପି ସରକାର ୩୩ ପ୍ରତିଶତ ମହିଳା ସଂରକ୍ଷଣ ଓ ନାରୀ ନିର୍ଯ୍ୟାତନା ନିୟନ୍ତ୍ରଣ କରିବାରେ ଅସମର୍ଥକୁ ପ୍ରତିବାଦ କରି ଆଜି ନର୍ଲାଠାରେ ମହିଳା ବିଜେଡ଼ି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ ଏହା ଲାଗୁ କରିବା ନେଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ନର୍ଲା ବିଡିଓଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି। ଏଥିପାଇଁ ନର୍ଲା ଡାକ ବଙ୍ଗଳାରେ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ଅଧ୍ଯକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।
ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୂଜନ ପରେ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା। ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ଦିଶାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ବିଜେପି ମୋହନ ସରକାରଙ୍କ ଅସଫଳତା ଉପରେ ଜୋର ବର୍ଷିଥିଲେ। ସମ୍ମାନିତ ଅତିଥି ଭାବେ ବିଜୁ ମହିଳା ସଭାପତି ସବିତା ପଧାନ, ପୂର୍ବତନ ସଭାନେତ୍ରୀ ଲଳିତା ନାଏକ, ପୂର୍ବତନ ପୌରଧ୍ୟକ୍ଷା ସଂଯୁକ୍ତା ବେହେରା, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ପ୍ରମୁଖ ମଞ୍ଚାସୀନ ରହି ସ୍ୱର୍ଗତ ବିଜୁ ପଟ୍ଟନାୟକ ମହିଳା ସଂରକ୍ଷଣ ନୀତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେଡି ସୁପ୍ରିମୋ ପଞ୍ଚାୟତି ରାଜ ସ୍ତରରେ ୫୦ ପ୍ରତିଶତ ମହିଳା ସଂରକ୍ଷଣ କରିଥିଲେ। ହେଲେ ଅପାରଗ ମୋହନ ସରକାର ମହିଳାଙ୍କୁ ଅସମ୍ମାନ କରୁଥିବା ସେମାନଙ୍କ ବକ୍ତବ୍ୟରେ କହିଥିଲେ।

ସଭା ପରେ ବିଜେଡି ମହିଳା ନେତ୍ରୀ ମାନେ ହାତରେ ବ୍ୟାନର ଓ ଲିଫଲେଟ ଧରି ବିଜେପି ସରକାର ବିରୁଦ୍ଧରେ ବିଭିନ୍ନ ନାରା ଦେଇ ଏକ ବିଶାଳ ଶୋଭାଯାତ୍ରାରେ ବ୍ଲକକୁ ଯାଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ। ଅନ୍ୟ ବରିଷ୍ଠ ନେତ୍ରୀ ମାନଙ୍କ ମଧ୍ୟରେ ନର୍ଲା ମହିଳା ବିଜେଡି ସଭାନେତ୍ରୀ ପ୍ରମିଳା ପଧାନ, ମ. ରାମପୁର ସଭାନେତ୍ରୀ ତୁଲସୀ ବିଶି, କର୍ଲାମୁଣ୍ଡ ରିତୁରାଣି ନାଗ, ଭିମକେଲା ସରପଞ୍ଚ ଜାନକୀ ଗଉଡ଼, ନର୍ଲାର ତିନିଜଣ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ଘୋଡାବନ୍ଧ ସରପଞ୍ଚ ରଶ୍ମିତା ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଯୁବନେତା ଗୋବିନ୍ଦ ତାଣ୍ଡି ମଞ୍ଚ ପରିଚାଳନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ବାଗପୁର ସରପଞ୍ଚ ଗୋପାଳ ହାତୀ, ରାକସୀ ସରପଞ୍ଚ ଯେମନ୍ତ ପୋଢ, ଯୁବନେତା ଜୟନ୍ତ ଗୌଡ, ଅର୍ଜୁନ ପଧାନ, ଘାସିରାମ ସାହୁ, ଟୁଟୁ ସେଠୀ, ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ନୀଳମଣି ସାହୁ, ତହସିଲ ସାହୁ ପ୍ରମୁଖ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





