ଓଡ଼ିଆ ବାର୍ତ୍ତା/ କଟକ: ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର କୁମାରୀ ଅନନ୍ୟା ପ୍ରଧାନ ସଦ୍ୟ ପ୍ରକାଶିତ ଯୁକ୍ତ ଦୁଇ ପରୀକ୍ଷା ଫଳାଫଳରେ ବିଜ୍ଞାନରେ ସର୍ବମୋଟ ୫୩୬ ମାର୍କ ଆଣି ଅଞ୍ଚଳର ଗୌରବ ପାଲଟିଛନ୍ତି । କୁମାରୀ ଅନନ୍ୟା ପଧାନ ବରିଷ୍ଠ ଗଣିତ ଶିକ୍ଷକ ଶ୍ରୀ ଅଶ୍ବିନୀ ପଧାନ ଓ ଶ୍ରୀମତୀ ପୁଷ୍ପାଞ୍ଜଳି ପଧାନଙ୍କ ଝିଅ ଅଟନ୍ତି । ସେ କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାୟନରତ ଥିଲେ । ନିୟମିତ ଭାବେ ଶୃଙ୍ଖଳିତ ପାଠ ପଢ଼ା ସାଙ୍ଗେ ସାଙ୍ଗେ ପିତାମାତା ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ଉଚିତ ମାର୍ଗଦର୍ଶନକୁ ପାଥେୟ କରି ସେ ଏପରି ସଫଳତା ହାସଲ କରିଥିବା ଅନନ୍ୟା କୁହନ୍ତି । ତାଙ୍କ ଇଂରାଜୀ ବିଷୟରେ ଶତ ପ୍ରତିଶତ ମାର୍କ ଆଣିବା ବିଷୟରେ ପଚାରିବାରୁ ଇଂରାଜୀ ଭାଷା ପ୍ରତି ତାଙ୍କ ଅତ୍ୟଧିକ ରୁଚି ଥିବା କଥା ସେ କହିଥିଲେ । ତାଙ୍କ ଆଗାମୀ ଭବିଷ୍ୟତ ଉଜ୍ଜ୍ବଳମୟ ହେଉ ଏହା ହିଁ ଈଶ୍ବରଙ୍କ ଠାରେ ପ୍ରାର୍ଥନା ।





