ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଆଜି ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ସଫଳତା ଆମର ପୁରସ୍କାର ବୋଲି ଶ୍ରୀ ଏଜୁକେଶନ ମୁଖ୍ୟ ପରିଚାଳକ ପ୍ରକାଶ କହିଛନ୍ତି | ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ପ୍ରକାଶ ପରେ ମାଟ୍ରିକରେ ୮୧% ରଖି ଶ୍ରୀ ଏଜୁକେଶନରେ ଅଧ୍ୟୟନ କରି ଯୁକ୍ତ ଦୁଇ ରେ ୯୬% ରଖିଛନ୍ତି ଡିଲେଶ୍ବର ପଧାନ, ୯୫% ରଖି ଦ୍ୱିତୀୟ ହେଇଛନ୍ତି ଅନ୍ବେଷ ଅଙ୍କିତ ଆଚାର୍ଯ୍ୟ | ୯୪% ରଖି ନାରାୟଣ ପଧାନ ତୃତୀୟ ସ୍ଥାନ ରେ ରହିଛନ୍ତି | ୧୭୬ ଛାତ୍ର ଛାତ୍ରୀ ପରୀକ୍ଷା ଦେଇ ଥିବା ବେଳେ ପାଶ ହାର ୯୯ ପ୍ରତିଶତ, ୧୬୫ ଜଣ ପ୍ରଥମ ଶ୍ରେଣୀ ଓ ସେଥି ମଧ୍ୟରୁ ୧୦ ଜଣ ନବେ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି | ପ୍ରତିବର୍ଷ ଏହି ଅନୁଷ୍ଠାନ ନିଜର ଦୃଷ୍ଟାନ୍ତ ମୂଳକ ପରୀକ୍ଷା ଫଳ ପାଇଁ ଚର୍ଚ୍ଚା ରେ ରହି ଆସୁଛି | ଯାହାକୁ ସତ ବୋଲି ପ୍ରମାଣିତ କରି ସାରିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ର ତୁଜୁଙ୍ଗ ଗ୍ରାମରେ ଥିବା ଶିକ୍ଷା ଅନୁଷ୍ଠାନ ଶ୍ରୀ ଏଜୁକେଶନ ଏକାଡେମୀ । ପ୍ରତି ଶିକ୍ଷା ବର୍ଷରେ ଏକ ଏକ ଉଦାହରଣ ସୃଷ୍ଟି କରି କ୍ରମଶଃ ଛାତ୍ର, ଛାତ୍ରୀ ଏବଂ ଅଭିଭାବକ ଙ୍କ ଆକର୍ଷଣ ରେ କେନ୍ଦ୍ର ବିନ୍ଦୁ ପାଲଟିବା ସହ ନିଜର ଅଧ୍ୟବସାୟ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ଉଚିତ୍ ମାର୍ଗ ଦର୍ଶନ ପାଇଁ ଯୁକ୍ତ ଦୁଇ ବିଜ୍ଞାନ ରେ ଏହି ସଫଳତା ପାଇ ଥିବା ଛାତ୍ର ଛାତ୍ରୀ ମାନେ ସମ୍ବର୍ଦ୍ଧନା ଗ୍ରହଣ କରିବା ସହିତ ପ୍ରକାଶ କରିଛନ୍ତି । ଏହି ସଫଳତା ପାଇଁ ଶ୍ରୀ ଏଜୁକେଶନ ର ମୁଖ୍ୟ ପରିଚାଳକ ସରୋଜ ପତି, ପ୍ରକଳ୍ପ ସଂଯୋଜକ ମନୋଜ କୁମାର ପତି, ମ୍ୟାନେଜିଙ୍ଗ ଟ୍ରଷ୍ଟି ସସ୍ମିତା ପତି, ଅଧକ୍ଷା ଅନିଶା ମିଶ୍ର ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ | ସମ୍ବର୍ଦ୍ଧନା ସଭା କୁ ଏବଂ ଅଧ୍ୟାପକ ଅଧ୍ୟାପକମାନେ, ଓ କର୍ମଚାରୀ ମାନେ ସହଯୋଗ କରିଥିଲେ |





