ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଗୌଡ଼ କର୍ଲାଖୁଣ୍ଟା ଠାରେ ପାଇଖାନା ଟାଙ୍କିରେ ଶ୍ୱାସ ରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇ ଥିବା ବେଳେ ଜଣେ ଗୁରୁତର ହୋଇ ଥିବା ଜଣା ପଡିଛି। ମୃତକ ହେଲେ ଉକ୍ତ ପାଇଖାନାର ନିର୍ମାଣକାରୀ ଗୌଡ଼ କରଲାଖୁଣ୍ଟା ଗାଁର ନିମାଇଁ ପାଲ (୪୮) ଓ ତାଙ୍କ ପୁଅ ଆକାଶ ପାଲ (୨୮), ସହଯୋଗୀ ଶ୍ରମିକ ଅଦଲ ମାଝୀ (୫୫), ମାଟୋଗଣ୍ଡା ଗାଁର ମନୋରଞ୍ଜନ ହାତୀ (୨୭), ଦୁଟା ଗାଁର ଛନ୍ଦା ଜାଲ, ବିପୁଲ ଜାଲ। ଗୁରୁତର ଥିବା ହାତୀଖୋଜ ଗାଁର ପଙ୍କଜ ଯାନୀ (୩୨)ଙ୍କୁ ଏମ.ରାମପୁର ମେଡ଼ିକାଲରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।





