ସମାଜସେବୀ ତଥା ଆମ୍ବେଦକରବାଦୀ ବହୁଜନର ସହାୟକଙ୍କ ଦେହାନ୍ତ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ବହୁଜନ ସମାଜ ପାର୍ଟିର ବରିଷ୍ଠ ସମାଜସେବି ଆମ୍ବେଦକର ପ୍ରେମି ଗରିବ ଦୁଃଖି ସମାଜର ସାହାଯ୍ୟ କାରି ତଥା ଧର୍ମ ପାରାୟଣ ବ୍ୟକ୍ତି ସୁନାକଣ୍ଡି ପଞ୍ଚାୟତ ଅଧୀନରେ ଥିବା ଆମ୍ବେଦକର ନଗର ବାସିନ୍ଧା ଧିମାନ କାରିମିଞ୍ଚି ରତ୍ନାଜୀଙ୍କର ଆଜି ସକାଳ ୯:୩୦ ମିନିଟ ସମୟରେ ଦେହାନ୍ତ ହୋଇଯାଇଛିl ସେ ଏହି ଅଞ୍ଚଳର ଜଣେ ଜଣା ଶୁଣା ଷୋଶିତ ଦଳିତ ଅସହାୟ ଲୋକଙ୍କ ତ୍ରାଣକର୍ତା, କାରଣ ସୁନାଖଣ୍ଡି ପଞ୍ଚାୟତର ଜମିହୀନ ଲୋକଙ୍କୁ ଘରଡ଼ିହ ଦାନ କରି ଅଞ୍ଚଳ ବାସୀଙ୍କ ମନକୁ ଜିଣି ସେ ମହାନ ସମାଜସେବୀ ଓ ବହୁଜନ ସମାଜର ବରିଷ୍ଠ କର୍ମୀ ପାଲଟି ଯାଇଥିଲେl ଏହିପରି ଜଣେ ବ୍ୟକ୍ତିଙ୍କୁ ହରାଇ ବହୁଜନ ସମାଜ ପାର୍ଟି ବହୁତ ବଡ଼ କ୍ଷତି ଭୋଗ କରିଛି l  ସେ ନିଜ ଘର ସମ୍ମୁଖରେ ଆମ୍ବେଦକର ଓ ଧର୍ତ୍ତି ଆବା ବିର୍ସାମୁଣ୍ଡଙ୍କ ପ୍ରତିମୂର୍ତ୍ତିକୁ ନିଜ କରକମଳରେ ପ୍ରତିଷ୍ଠା କରିଥିଲେ। ଏହିପରି ବ୍ୟକ୍ତିଙ୍କ ପରଲୋକ ଫଳରେ ସମଗ୍ର ଅଞ୍ଚକରେ ଶୋକର ଛାୟା ଖେଳିଯାଇଛି l ପୁଣି ତାଙ୍କ ନିକଟକୁ ଯେ କୋୖଣସି ଅସହାୟ ଲୋକ ଗଲେ ତାଙ୍କୁ କିଛି ନା କିଛି ସାହାଯ୍ୟ ସହଯୋଗ କରୁଥିଲେl ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.