ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କାମଠଣା ସ୍ଥିତ ଦୟାନିଧି ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷକ ଶ୍ରୀ ମଙ୍ଗୁଳୁ ପ୍ରଧାନଙ୍କ ସଭାପତିତ୍ୱରେ ଗତକାଲି ଅର୍ଥାତ୍ ତା ୩୧.୨୮୨୦୨୬ ସୋମବାର ଦିନ ସହ ଶିକ୍ଷକ ଦୟାନିଧି ଦାଶଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ମହାସମାରୋହରେ ପାଳିତ ହୋଇଯାଇଛି।
ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ, ଏବିଇଓ ଶ୍ରୀହୃଷିକେଶ ନାଏକ ମୁଖ୍ୟ ଅତିଥି, ଏବିଇଓ ଶ୍ରୀ ସୁଢ଼ଳ ଦେବ ମୁଣ୍ଡ ମୁଖ୍ୟବକ୍ତା, କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଧୃବଚରଣ ମହାପାତ୍ର ସମ୍ମାନୀତ ଅତିଥି, ଶିକ୍ଷୟିତ୍ରୀ ତଥା ବିଦାୟୀ ଶିକ୍ଷକଙ୍କ ସହଧର୍ମିଣୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଉପସ୍ଥିତ ଅତିଥିଗଣ ବିଦାୟି ଶିକ୍ଷକଙ୍କ ସ୍ମୃତିଚାରଣ କରିବାସହ ଶିକ୍ଷକଙ୍କ ଶିକ୍ଷକତା କେବେ ବି ସରେ ନାହିଁ ବୋଲି ମତପ୍ରକାଶ କରିଥିଲେ ।
ଭକ୍ତ ସଭାର ପରିଚାଳନାରେ ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ପଣ୍ଡା, ମାନପତ୍ର ପଠନରେ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ମିତା ଚୌଧୁରୀ, ଧନ୍ୟବାଦ ଅର୍ପଣରେ ଶିକ୍ଷୟିତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳୀ ମହାପାତ୍ର ଥିଲେ ।

ବିଦ୍ୟାଳୟର ସହକର୍ମୀଗଣ ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ଓ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇ ଥିଲେ। ଉକ୍ତ ସଭାରେ ସମାଜର ଦାୟିତ୍ୱ ସମ୍ପର୍କରେ ପ୍ରଧାନଶିକ୍ଷକ ଶିକ୍ଷକଙ୍କ କର୍ତ୍ତବ୍ୟ ଉପରେ ଆଲୋଚନା କରିଥିଲେ। ନବମ ଓ ଦଶମ ଶ୍ରେଣୀର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଓ ବିଦାୟି ସଙ୍ଗୀତ ଗାନ କରିଥିଲେ।





