ମହାନଦୀ ସାହିତ୍ଯ ସଂସଦ ପକ୍ଷରୁ ‘ମହାନଦୀ ଉତ୍ସବ – ୨୦୨୦’

ସୋନପୁର,୨୪/୨ : ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ‘ମହାନଦୀ ଉତ୍ସବ ୨୦୨୦’ ସ୍ଥାନୀୟ ଭୀମଭୋଇ କଳାମଣ୍ଡପ ଠାରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାଶ ଯୋଗ ଦେଇ କଳା ଓ ସାହିତ୍ୟ କ୍ଷେତ୍ରରେ ଅବହେଳିତ ହୋଇ ରହିଥିବା ପ୍ରତିଭା ମାନଙ୍କୁ ଉପଯୁକ୍ତ ସୁଯୋଗ ଦେବା ପାଇଁ ଏହା ସଠିକ ମାଧ୍ୟମ ବୋଲି ମତପ୍ରକାଶ କରିଥିଲେ। ସଂସଦର ସଭାପତି ନାଟ୍ୟଶ୍ର ଗଦାଧର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ଓଡିଶା ସାହିତ୍ୟ ଏକାଡେମୀ ସଚିବ ଶୁଚିସ୍ମୀତା ମନ୍ତୀ, ଉପ ଜିଲାପାଳ ବଳରାମ ମଲ୍ଲିକ, ପଦ୍ମଶ୍ରୀ ଡ.ଚତୁର୍ଭୁଜ ମେହେର, ସମାଜସେବୀ ଶ୍ରୀବତ୍ସ ମଲ୍ଲିକପ୍ରମୁଖ ଯୋଗ ଦେଇ ଅଞ୍ଚଳର ସାହିତ୍ୟ ସାଧନା ଉପରେ ଗୁରୁୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ପୁରୁୁଷୋତ୍ତମ ମିଶ୍ର ସଂଯୋଜନା କରିଥିବା ବେଳେ ସମ୍ପାଦକ ସଞ୍ଜିବ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଚଳିତ ବର୍ଷର ମହାନଦୀ ସାହିତ୍ୟ ସମ୍ମାନ ବିଶିଷ୍ଟ କବି ଆର୍ତ୍ତତ୍ରାଣ ବାବୁଙ୍କୁ ପ୍ରଦାନ କରାଯବିାକୁ ଥିବା ବେଳେ ନାଟ୍ୟକାର, ନିର୍ଦ୍ଦେଶକ ବାସୁଦେବ ନାଏକଙ୍କୁ ମହାନଦୀ ନାଟ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ସହର ବିଶିଷ୍ଟ ସଙ୍ଗୀତକାର ବିକାଶ ଚନ୍ଦ୍ର ମିଶ୍ରଙ୍କୁ ମହାନଦୀ ସଙ୍ଗୀତ ସମ୍ମାନ ଓ ଚନ୍ଦ୍ରାବତୀ ପାଣ୍ଡେଙ୍କୁ ମହାନଦୀ ଯୁବ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ଏହି ଅବସରରେଅନୁଷ୍ଠାନର ମଖପତ୍ର ‘ଓଜସ୍’ ର ବାର୍ଷିକ ବିଶେଷାଙ୍କ ମଧ୍ୟ ଉନ୍ମୋଚିତ ହୋଇଥିଲା। ଶେଷରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ତେବେଏହି ଅବସରରେ କବିତା କାହିଁକି ଓ କାହା ପାଇଁ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଅବସରପ୍ରାପ୍ତ ପ୍ରଫେସର ଡ.ଜ୍ୟୋତିରଞ୍ଜନ ବହିଦାର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡ.ସଞ୍ଜୟ ମିଶ୍ର, ନୀଳଲୋହିତ ମହାପାତ୍ର, ଚନ୍ଦ୍ରଶେଖରେ ହୋତା, ଅଧ୍ୟାପକ ନିରଞ୍ଜନ ପାଣ୍ତିଆ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଅପରାହ୍ନରେ ଏକ କବିତା ପାଠୋତ୍ସବ ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ କବି ନବିନ ବିଶ୍ୱବନ୍ଧୁ, ଶ୍ୟାମା ଓଁ ପ୍ରସାଦ ମିଶ୍ର, ପ୍ରଭୁଦତ୍ତ ମିଶ୍ର, ରଞ୍ଜିତା ପଣ୍ଡା, ସୌରଭ ରଞ୍ଜନ ଖମାରୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିବା ବେଳେ କବିତା ଗୁଡିକୁ ଅଦୈତ କୁମାର ପଣ୍ଡା, ଦେବଯାନୀ ମେସୁଆ, କ୍ଷିରୋଦ ବିହାରୀ ବିଶ୍ବାଳ ପ୍ରମୁଖ ସଂଯୋଜନା କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ମହାନଦୀ ସାହିତ୍ୟ ସଂସଦର ସମସ୍ତ ସଦସ୍ୟ ସକ୍ରୀୟ ସହଯୋଗ କରିଥିଲେ ।

Omkar Vasthu
Omkar Vasthu
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.