କୋକସରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ

କୋକସରା,୨୮/୨ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦରମହକୁମା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ୧୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ରୁପେ ଧର୍ମଗଡ ବିଧାୟକ ମୌଷଧି ବାଗ ଯୋଗଦେଇ ସରସ୍ଵତୀ ଶିଶୁ ମନ୍ଦିର ହିଁ ଏକମାତ୍ର ଶିକ୍ଷାନୁଷ୍ଠାନ ଯେଉଁଠି ଭାରତୀୟ ସଂସ୍କୃତି, ପରମ୍ପରା ଓ ବୌଦ୍ଧିକ ଶିକ୍ଷା କୁ ମୂଳମନ୍ତ୍ର କରି ଶିକ୍ଷାଦାନ ହେଉଛିବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ନର୍ଲା ବ୍ଲକ ମିସ୍କୁଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ନାଏକ, ସମ୍ମାନିତ ଅତିଥି କୋକସରା ବ୍ଲକ ଅଧ୍ୟକ୍ଷା ସବ୍ୟାରାଣୀ ବାଗ, ଶିକ୍ଷାବିତ୍ ଚଣ୍ଡି ପ୍ରସାଦ ପ୍ରଧାନୀ, ଶିଶୁ ମନ୍ଦିର ପ୍ରତିଷ୍ଠାତା ତଥା ଅବସର ପ୍ରାପ୍ତ ପ୍ରଧ୍ୟାପକ ଡ. ଅଜୟ କୁମାର ମଲ୍ଲିକ, ପିଚାଳନା କମିଟି ସଭାପତି ମିନକେତନ ପ୍ରଧାନି, ଯୁବ ଉଦ୍ୟୋଗୀ ସମାଜସେବୀ କୂଳଦୀପ ଗୁପ୍ତା ପ୍ରମୂଖ ଯୋଗଦେଇଥିଲେ । ପ୍ରଥମେ ମା’ ସରସ୍ୱତୀଙ୍କୁ ଆରାଧନା ପରେ ଛାତ୍ରୀ ମାନେ ସରସ୍ୱତୀ ବନ୍ଦନା ଗାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଡ. ଅଜୟ କୁମାର ମଲ୍ଲିକ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଅଚାର୍ଯ୍ୟ ଶ୍ରୀ ରାଉତ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହାପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ବର୍ଗର ପ୍ରତିଯୋଗୀତା ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନେ ପୁରୁସ୍କୃତ କରିଥିଲେ । ଅଜୟ କୁମାର ସହୁ, ରାଶବିହାରୀ ପ୍ରଧାନୀ, ଅଇରୀ ନାଶନ ଚିନ୍ଦା, ଲକ୍ଷ୍ମୀ ନାରାୟଣ ପ୍ରଧାନୀ, ଜ୍ୟୋତିମୟୀ ସାହୁ ଓ ଜୟଶ୍ରୀ ବାଲା ଠାକୁର ପ୍ରମୂଖ ଙ୍କୁ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସମ୍ଭର୍ଦ୍ଧିତ କରାଯାଇଥିଲା । ଗୁରୁଜୀ ଧର୍ମରାଜ ସାହୁ ଓ ଗୁରୁମା ଜସ୍ମିତା ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଶିଶୁ ମନ୍ଦିର ର ଅନ୍ୟ ଗୁରୁଜୀ ଗୁରୁମା ଓ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Udyog Nursery
Udyogi Nursery
କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.