ନର୍ଲା,୨୯/୨ : ବିଜ୍ଞାନ ଆଜିର ମଣିଷକୁ ଉନ୍ନତ ଓ ସୁଖମୟ ଜୀବନ ଯାପନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପ୍ରତିବର୍ଷ ଫେବୃଆରୀ ୨୮କୁ ଜାତୀୟ ବିଜ୍ଞାନ ଦିବସ ଭାବରେ ପାଳନ କରାଯାଏ । ସେହି କ୍ରମରେ ସରସ୍ଵତୀ ଶିଶୁ ମନ୍ଦିର ରୁପ୍ରାରୋଡଠାରେ ପାଳିତ ହୋଇଯାଇଛି ଜାତୀୟ ବିଜ୍ଞାନ ଦିବସ । ପ୍ରଧାନ ଆଚାର୍ଯ୍ୟ ଦାଶରଥି ପଣ୍ଡାଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମନୋଜ କୁମାର ମହାନ୍ତି ( ଭାରତୀ) ଯୋଗଦେଇ ଶିକ୍ଷାର୍ଥିମାନଙ୍କୁ ମାର୍ଗ ଦର୍ଶନ କରାଇଥିଲେ ।
ଦିବସଟିର ମହତ୍ଵ ଓ ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପଣ୍ଡା ଛାତ୍ର ଛାତ୍ରୀଙ୍କୁ ଅବଗତ କରାଇଥିଲେ। ଏଥିରେ ବିଜ୍ଞାନ ସମ୍ବନ୍ଧୀୟ ଲିଖିତ କୁଇଜ୍ ଆୟୋଜିତ ହୋଇ ପ୍ରତିଭାଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଚାର୍ଯ୍ୟ ହେମନ୍ତ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜୟ ଶଙ୍କର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଗୁରୁଜୀ ପ୍ରଦୀପ, ରମେଶ, ଛବିରାମ, ଲୋଚନ, ସୁବେଦିତା ପ୍ରମୁଖ ସହଯୋଗ କରିଥିଲେ।