ବିଦେଶି ଭକ୍ତଙ୍କ କଣ୍ଠରୁ ଝରୁଛି ପରମ ପବିତ୍ର ମହାମନ୍ତ୍ର : ସଦେଇପାଲିରେ ଚାଲିଛି ନାମ ଯଜ୍ଞ

ବଲାଙ୍ଗିର,୨୯/୨ : ବଲାଙ୍ଗରର ସଦାଇପାଲି ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ଏକ ଭକ୍ତିମୟ ପରିବେଶ ମଧ୍ୟରେ ଚାଲିଛି ସଂକିର୍ତ୍ତନ ପ୍ରହରୀ ନାମ ଯଜ୍ଞ। ଏହି ବିଶାଳ ନାମଯଜ୍ଞରେ ୨୨ ଟି ଜିଲ୍ଲାର ୧୧୫ ଟି ଦଳ ଯୋଗ ଦେଇଛନ୍ତି । ଏହି ପ୍ରହରୀର ମୁଖ୍ୟ ଆକର୍ଷଣ ହେଉଛି ଦେଶ ବିଦେଶର କୃଷ୍ଣ ଭକ୍ତ ଏହି ପ୍ରହରୀରେ ଯୋଗ ଦେଇଛନ୍ତି। ବିଦେଶାଗତ ଭକ୍ତଙ୍କ ଦ୍ବାରା ମହାମନ୍ତ୍ର ହରି ନାମ ସଂକିର୍ତ୍ତନ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ରାଧାକୃଷଙ୍କ ଭକ୍ତିରେ ବିଭୋର ହୋଇ ନୃତ୍ୟରେ ମଜ୍ଜିଯାଇଛନ୍ତି ଶହ ଶହ କୃଷ୍ଣ ଭକ୍ତ । ଯାହାକୁ ଦେଖିବା ପାଇଁ ଲକ୍ଷାଧିକ ଜନସାଧାରଣଙ୍କ ସମାଗମ ହେଉଛି ଏଠାରେ । ଏହାସହ ପାଞ୍ଚଟି ହୋମ ଯଜ୍ଞ ସହ ପାରମ୍ପାରିକ ରିତି ନିତି ଅନୁସାରେ ଚାଲୁଛି ନାମଯଜ୍ଞ । ଏହି ନାମଯଜ୍ଞ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ OdiaBarta.in

ଏଠିଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.