ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ପକ୍ଷରୁ ଡିଡବ୍ଳ୍ୟୁଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାୟଗଡ,୯/୩ : ରାୟଗଡ ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥିଙ୍କ ନିର୍ଦ୍ଦେଶ କ୍ରମେ ଡିଡବ୍ଳ୍ୟୁଓଙ୍କ ପୁରୁଣା କାର୍ଯ୍ୟାଳରେ ଜିଲ୍ଳାର ୧୩୫ ଗୋଟି ସ୍କୁଲ, ହାଇସ୍କୁଲ ,ଆଶ୍ରମ ସ୍କୁଲ , ସେବାଶ୍ରମର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ରାୟଗଡ ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ସଦସ୍ୟସଦସ୍ୟାମାନଙ୍କୁ ନେଇ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ମନୋଜ ଗମାଙ୍ଗ,କାର୍ଯ୍ୟକାରୀ ସଭାପତି ବାମନ ମୂର୍ତି,ଉପସଭାପତି ପ୍ରଦୀପ କୁମାର ଚୈାଧୁରୀ,ପି.ହେମ କୁମାର,ସଂପାଦକ ପି.ଶ୍ରୀନିବାସ,ସାଙ୍ଗଠନିକ ସଂପାଦକ ତ୍ରିମୁଲାବଦମାଙ୍କ ତତ୍ୱାବଧାନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ପ୍ରାରମ୍ଭରେ ସଂଘର କର୍ମକର୍ତାମାନେ ଡିଡବ୍ଳ୍ୟୁଓ ଶ୍ରୀ ଶତପଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସିଆଇ ଅଫ ସ୍କୁଲ କୃଷ୍ଣଚନ୍ଦ୍ର ମହଲ ଓ ଡିଆଇ ଅଫ ସ୍କୁଲ ଶ୍ୟାମଘନ ଭୂୟାଁ ମଧ୍ୟ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସେହିଭଳି ରାଜ୍ୟ ସଂଘ ସଭାପତି ବିଶିକେଶନ ବାଗ, ଉପଦେଷ୍ଠା ଉମାଶଙ୍କର ପଣ୍ଡା ଓ ବିପିନ ବିଶ୍ୱାଳ,ରାୟଗଡ ଜିଲ୍ଳା ଉପଦେଷ୍ଠା ସତ୍ୟନାରାୟଣ ମିଶ୍ର ଯୋଗ ଦେଇଥିଲେ । ସମସ୍ତ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ,ସ୍ୱାସ୍ଥ୍ୟ ଚିକିତ୍ସା ସହ ସୁନ୍ଦର ବଗିଚା ସହିତ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ପାଇଁ ଡିଡବ୍ଳ୍ୟୁଓ ଶ୍ରୀ ଶତପଥି ପ୍ରକାଶ କରିଥିଲେ । ଏହି ବୈଠକରେ ୧୭୫ଜଣ ଶିକ୍ଷକ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ କୋଷାଧ୍ୟକ୍ଷ ଶିକ୍ଷକ ସୁଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । 

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

_________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.