ଲାଞ୍ଜିଗଡ଼ରେ ପୁଣି ମାଓ ପୋଷ୍ଟର

ଲାଞ୍ଜିଗଡ,୧୧/୩ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମାଲିଜୁବାଙ୍ଗ ପଞ୍ଚାୟତର ବଣ୍ଡାକୁଟରୁ ଛକରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର । ୪ଚକିଆ ଓ ୨ଚକିଆ ଯାନ ପାଇଁ ଆରଟିଓ ଅଫିସରେ ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି । ତେଣୁ ଭାରତ ସରକାର ପ୍ରତ୍ୟେକ ପଞ୍ଚାୟତକୁ ଏହି ଦାଇତ୍ବ ପ୍ରଦାନ କରନ୍ତୁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

ଏହା ସହ ରାସ୍ତା ନିର୍ମାଣରେ ନିୟୋଜିତ ଶ୍ରମିକମାନେ ଉଚିତ ପ୍ରାପ୍ୟ ପାଉନଥିବାରୁ ଠିକାଦାର ଦଲାଲ ମାନଙ୍କୁ ଚେତାବନୀ ଦେଇଛି ମାଓ ସଂଘଠନ। ଏହା ସହ ଠିକାଦାର ମାନେ ଏଠାରୁ ଫେରିଯିବାକୁ ଉଲ୍ଲେଖ ରହିଛି ।

ରାସ୍ତା ନିର୍ମାଣ ନାମରେ ସାଧାରଣ ଲୋକଙ୍କ ଜମିର ଗଛ କଟା ଯାଉଛି, ଏହାକୁ ବିରୋଧକରି ପୋଷ୍ଟର ଜାରି କରିଛି ଲାଲ୍ ବାହିନୀ । ପୋଷ୍ଟରରେ ସିପିଆଇ ମାଓବାଦୀ କଳାହାଣ୍ଡି ଓ ରାୟଗଡା ଏରିଆ କମିଟି ନାମୋଲ୍ଲେଖ ରହିଛି ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.