ତମକୁ ଖୋଜୁଛି ସାଥିରେ
ଓଷଭିଜା ରାତିରେ
ସ୍ମୃତିର ଗାଆଁରେ
ନିଦହଜା ଶେଯରେ।
ଦିନର ଆଳୋକେ
ରାତିର ଉଭୟ ତିଥିରେ
ବିଚ୍ଛେଦର ସାନ୍ତ୍ବନାରେ
ଚିରନ୍ତନ ଭାବନାରେ।
ସୁଖର ସାଗରବେଳାରେ
ଦୁଃଖର ମରୁବାଲିରେ
ଆକାଶର ଶୂନ୍ୟତାରେ
ମାଟିର ମମତାରେ।
ମନର ଶୋଷରେ
ଦିହର ଭୋକରେ।
ଖୋଜୁଛି ଖୋଜୁଥିବି
ଜୀବନ ଥିବାଯାଏ
ଜନମେ ଜନମେ
ତମେ ବିଶ୍ବାସ କର
ଅବା ନ କର।