ଭୁବନେଶ୍ବର,୬/୫: ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ମୃତ ବ୍ୟକ୍ତି ଜଣକ ଭୁବନେଶ୍ବର ମଧୁସୂଦନ ନଗରର ବାସିନ୍ଦା । ତାଙ୍କ ବୟସ ୭୭ ବର୍ଷ ଏବଂ ସେ ମଧୁମେହ, ଉଚ୍ଚ ରକ୍ତଚାପ, କିଡନୀ ଆଦି ରୋଗରେ ପିଡିତ ଥିଲେ । ତାଙ୍କ ଠାରେ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲା । ଗତକାଲି କିମ୍ସରେ ତାଙ୍କର ମୃତ୍ୟୁ ହୋଇଛି ।
Sorry to inform that 77 year old, male COVID positive case of Madhusudan Nagar, Bhubaneshwar who had underlying co-morbidities of hypertension, diabetes and kidney disease expired yesterday
at KIMS.— H & FW Dept Odisha (@HFWOdisha) May 6, 2020