ବଲାଙ୍ଗିର/ଟିଟିଲାଗଡ,୬/୫ : ପେଟପାଟଣା ପାଇଁ ତେଲେଙ୍ଗାନାରେ ଦାଦନ ଖଟୁଥିବା ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି ପରିବାରବର୍ଗ । ମୃତ ଶ୍ରମିକ ଜଣକ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ସୁରଡ଼ା ଗ୍ରାମର ପଞ୍ଚାନନ ବଗର୍ତ୍ତି( ୪୬ ) । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ପଞ୍ଚାନନ ବଗର୍ତ୍ତ ଗତ ଦୁଇ ମାସ ହେଲା ତେଲେଙ୍ଗାନା ରାଜ୍ୟର କରିଙ୍ଗ ନଗର ସାଲୁର ସିଟିରେ ପଥର ବ୍ଳାଷ୍ଟିଙ୍ଗି କାମ କରିବା ପାଇଁ କରିବାକୁ ଯାଇଥିଲେ । ବର୍ତ୍ତମାନର କରୋନା ପରିସ୍ଥିତି ଯୋଗୁଁ ସେ ଘରକୁ ଲେଉଟି ଆସିବାକୁ ତାଙ୍କ ପରିବାର ପକ୍ଷରୁ ପଞ୍ଜିକରଣ କରାଯାଇଥିବା ବେଳେ ହଟାତ ତାଙ୍କର ମୃତ୍ୟୁ ଖବର ପାଇ ସମସ୍ତେ ସ୍ଥମ୍ଭିଭୂତ ହୋଇ ଯାଇଥିଲେ । ଅଧୁନା ଶବ ଆମ୍ବୁଲାନ୍ସ ଯୋଗେ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଷ ସୃଷ୍ଟି ହୋଇଛି । ମୃତ ଶ୍ରମିକଙ୍କ ଦେହରେ ଅନେକ କ୍ଷତ ଚିହ୍ନ ଥିବା ପରିପ୍ରେକ୍ଷିରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି । ଅନ୍ୟପଟେ ମୃତ ପଞ୍ଚାନନ ବଗର୍ତ୍ତିଙ୍କ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ଥିଲେ । ତାଙ୍କ ଉପରେ ସ୍ତ୍ରୀ ଓ ପାଞ୍ଚ ଟି ଝିଅ ନିର୍ଭର କରି ଚଳୁଥିଲେ । ଘରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ଏହି ପରିବାର ଦୁଃଖରେ ଭାଙ୍ଗି ପଡିଥିବାବେଳେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।