କରୋନା ଲଢେଇ : ଯୁବକ ସଂଘ ଦ୍ୱାରା ଜନସଚେତନତା ଏବଂ ମାସ୍କ, ସାବୁନ ବଣ୍ଟନ

କଳାହାଣ୍ଡି,୮/୫: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ତୃତୀୟ ପର୍ଯ୍ୟାୟ ଲକଡାଉନରେ ରହିଛି। ସାମାଜୀକ ଦୂରତା ବଜାୟ ରଖିବା ସହ ଲକଡାଉନ ନିୟମ ମାନି ଚଳିବା ପାଇଁ ଜନତାଙ୍କୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି । ଏମିତି ଏକ ସମୟରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଆଗଭର ହୋଇଛି କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ‘ଜୟ ଭୀମ ଟାଇଗର ୟୁଥ ଆସୋସିଏସନ’ ।

ଏସୋସିଅନର ସଭାପତି ନିଳାମ୍ବର ବାଗଙ୍କ ନେତୃତ୍ବରେ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଜନତାଙ୍କୁ କରୋନା ସଚେତନତା କରାଇବାସହ ମାସ୍କ ଏବଂ ସାବୁନ ବଣ୍ଟନ କରିଥିଲେ । ଏହାସହ ସାନିଟାଇଜର ସ୍ପ୍ରେ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଏସୋସିଅନର ସଭାପତି ଶ୍ରୀବାଗଙ୍କ ସହ ଉପସଭାପତି ହିମାଂଶୁ କୁମାର, ସମ୍ପାଦକ ବିଶ୍ଵଜୀତ ବାଗ, ସହ ସମ୍ପାଦକ ଆଶିଷ ବାଗ , କୋଷାଧ୍ୟକ୍ଷ ହରେଶ ବାଗ, ଉପଦେଷ୍ଟା ଜଗନ୍ନାଥ ଚୌଧୁରୀ ତଥା କ୍ଲବର ସଦସ୍ୟ ଅମିତ ବାଗ, ମୃତୁଞ୍ଜୟ ବାଗ , ହେମନ୍ତ ବାଗ, ସେମ୍ବୋ ବାଗ ,ଲାଖେଶ୍ୱର ବାଗ, ମୁକେଶ ବାଗ,କ୍ରୀଷ୍ଣା ବାଗ, ତୁଷାର ରଞ୍ଜନ ବାଗ, ନିତିନ ବାଗ, ରାଜେଶ ବାଗ ପ୍ରମୁଖ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ ସାହିର ସମସ୍ତ ଲୋକଙ୍କୁ ସଚେତନ କରିବା ସହ ମାସ୍କ ଓ ସାବୁନ ବଣ୍ଟନ କରାଯାଇଥିଲା।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.