ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ

ଲାଞ୍ଜିଗଡ,୧୯/୫: ଏହି ବ୍ଲକ କାନକୁଟୁରୁ ପଞ୍ଚାୟତ ପାଇକବୋରି ଗ୍ରାମର ମନୋହର ମାର୍ଥା(୬୧)ଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସୋମବାର ଦିନ ମନୋହର ନିଜ ଘର ଛାତ ପଡ଼ୁଥିବା ଯୋଗୁଁ ଦିନ ସାରା ଖରାରେ ଠିଆ ହୋଇଥିଲା। ଅପରାହ୍ନ ୫ ଘଣ୍ଟା ସମୟରେ ହଠାତ ସେ ତଳେ ପଡି ଯାଇଥିଲେ। ଏହି ଖବର ପାଇ ପୁଅ ସୁଦର୍ଶନ ମାର୍ଥା ଲାଞ୍ଜିଗଡ ଠାରୁ ଗାଁକୁ ଯାଇ ବାପାଙ୍କୁ ନେଇ ଲାଞ୍ଜିଗଡ ବେଦାନ୍ତ ମେଡ଼ିକାଲକୁ ରାତ୍ର ୮ ଘଣ୍ଟା ସମୟରେ ପହଞ୍ଚି ଥିଲା। ମେଡିକାଲରେ ଡାକ୍ତର ଗୀତାଞ୍ଜଳି ଦେଇ ମନହରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପରେ ବେଦାନ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡକ୍ତର ଅକ୍ଷୟ ସାହୁ, ଡକ୍ତର ପି. କେ. ପରମଣିକ, ମେଡିକାଲ ଅଫିସର ଅମର ମହାନ୍ତି ଓ ଜଗନ୍ନାଥ ବାଗଙ୍କ ସହଯୋଗରେ ବେଦାନ୍ତ ଆମ୍ବୁଲାନ୍ସ ଦ୍ବାରା ମୃତ ଦେହକୁ ପାଇକବୋରି ପଠା ଯାଇଥିଲା।

Omkar Vasthu
Omkar Vasthu

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.