ଆଜି ମଧ୍ୟରାତ୍ରୀରୁ ଭବାନୀପାଟଣାରେ କର୍ଫ୍ୟୁ

କଳାହାଣ୍ଡି,୨୪/୫: ମହାମାରୀ କରୋନା ପ୍ରଭାବରେ ସାରା ଦେଶ ଲକଡାଉନ୍ ପ୍ରଭାବରେ ଥିବାବେଳେ ପ୍ରବାସୀ ଓଡ଼ିଆମାନେ ଫେରୁଛନ୍ତି ନିଜନିଜ ଘରକୁ। ଏଥିପାଇଁ ସ୍ୱତନ୍ତ୍ର ଶ୍ରମିକ ଏକ୍ସପ୍ରେସର ବ୍ୟବସ୍ଥା କରିଛନ୍ତି ସରକାର। ଏହି କ୍ରମରେ ଆଜି ଓଡିଶାକୁ ୨୧ଟି ଟ୍ରେନ୍ ଆସୁଥିବା ବେଳେ ଭବାନୀପାଟଣାରେ ଏକ ଶ୍ରମିକ ଏକ୍ସପ୍ରେସ୍ ଟ୍ରେନ୍ ପହଞ୍ଚିବ ବୋଲି ଜଣାପଡ଼ିଛି। ଏହି ଟ୍ରେନ୍ ୨୩ ତାରିଖ ଗୋଆର କାର୍ମିଲ୍ ଷ୍ଟେସନରୁ ବାହାରି ଭବାନୀପାଟଣାରେ ୨୫ ତାରିଖ ରାତି ୨ଟା୫୫ରେ ପହଞ୍ଚିବାର ସମ୍ଭାବନା ଅଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ନିମନ୍ତେ ଭବାନୀପାଟଣା ସହରରେ ଭବାନୀପାଟଣା ଉପଜିଲ୍ଲାପାଳ ସୁଶାନ୍ତ ସିଂ ୨୪ ତାରିଖ ମଧ୍ୟରାତ୍ରୀରୁ ୨୫ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି କରିଛନ୍ତି।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.