ନୂଆପଡା,୨୪/୫: ଖରିଆର ଥାନା ଅଞ୍ଚଳର ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଠାରୁ ନୂଆପଡା ଜିଲ୍ଲାର ପ୍ରଥମ କରୋନା ପଜିଟିଭ ରିପୋର୍ଟ ଆସିଛି । ଆକ୍ରାନ୍ତ ଜଣକ ମହାରାଷ୍ଟ୍ରର ମୁମ୍ବାଇରୁ କିଛି ଦିନ ତଳେ ନିଜ ଭିଟା ମାଟିକୁ ଫେରି ଥିବାର ଜଣା ପଡିଛି । ଫେରିବା ପରେ ସେ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର କ୍ଵାରେନଣ୍ଟଇନ ସେଣ୍ଟରରେ ରହୁଥିଲେ । ପଜିଟିଭ ରିପୋର୍ଟ ଆସିବା ପରେ ତାଙ୍କୁ ନୂଆପଡାର ସିଲଦା ସ୍ଥିତ କୋଭିଡି ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଉଛି ।
ନୂଆପଡା ପ୍ରଶାସନ ଜିଲ୍ଲାର ୫ଟି ବ୍ଲକ ୧୩୧ ଟି ପଞ୍ଚାୟତ ରେ ୯୨୭ଟି ଟିଏମସି ଏବଂ ୩ଟି ଏନଏସି ର ୨୫ଟି ଟିଏମସି ରେ ସର୍ବ ମୋଟ ୩୬୫୫୪ଟି ବେଡ଼ ର ବ୍ୟବସ୍ଥା କରିଛି ।
ଜିଲ୍ଲାରେ ୭୦ ହଜାର ୪୦ ଜଣ ଶ୍ରମିକ ଭିଟା ମାଟିକୁ ଫେରିବା ପାଇଁ ପଞ୍ଜିକରଣ କରି ସାରିଛନ୍ତି ଓ ହାରାହାରି ୭୬୮୬ରୁ ଉର୍ଦ୍ଧ ଶ୍ରମିକ ଫେରି ସାରିଛନ୍ତି ଓ ସଙ୍ଗରୋଧ କେନ୍ଦ୍ରରେ ରହୁଛନ୍ତି ।
ଅନ୍ୟପଟେ ଜିଲ୍ଲାର ସର୍ବମୋଟ ୧୦୦୩ଟି ସ୍ୱାବ ଟେଷ୍ଟ ପାଇଁ ପଠା ଯାଇଥିବା ବେଳେ ୫୮୯ଟି ରିପୋର୍ଟ ଆସି ଯାଇଛି, ସେଥିରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାକି ରିପୋର୍ଟ ଆସିବାକୁ ବାକି ରହିଛି ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
http://bit.ly/OBgroup4
Like us on Facebook
https://facebook.com/odiabarta