ରାୟଗଡ/୨୫/୫: ଦେଶର ବିଭିନ୍ନ ରାଜ୍ୟ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ରାଜ୍ୟର ଓ ରାଜ୍ୟ ଭିତରେ ଶ୍ରମିକମାନେ କାର୍ଯ୍ୟ କରିଆସୁଥିଲେ । କିଏ ତ ପରିବାର ସହିତ ତ ଆଉ କିଏ ପରିବାର ଛାଡି ଦୂର ଦୂରାନ୍ତରେ ପେଟପାଟଣା ପାଇଁ କାମ କରିବାକୁ ଯାଇଥିଲେ । ହେଲେ ମହାମାରୀ କରୋନା ଯୋଗୁଁ ତାଲାବନ୍ଦ ଘୋଷଣା ଯୋଗୁଁ କଳ କାରଖାନାରୁ ଆରମ୍ଭ କରି ବ୍ୟବୟାୟ ପ୍ରତିଷ୍ଠାନଗୁଡିକ ବନ୍ଦ ରହିବା ଫଳରେ ସେଠାରେ ଶ୍ରମିକମାନଙ୍କ ରୋଜଗାର ମଧ୍ୟ ବନ୍ଦ ହୋଇଗଲା । ସେମାନଙ୍କ ରହିବା ଓ ଖାଇବାରେ ଅନେକ ସମସ୍ୟା ଉପୁଜିବାରୁ ସେମାନଙ୍କୁ ପରିସ୍ଥିତି ବାଧ୍ୟ କଲା ନିଜ ଭିଟାମାଟିକୁ ଫେରିବାକୁ । ପ୍ରବାସୀ ଶ୍ରମିକମାନେ ନିଜ ନିଜ ଗାଁ ତଥା ସହରକୁ ଫେରିବା ପାଇଁ ବାହାରି ପଡିଲେ । ଦେଶର ବିଭିନ୍ନ କୋଣ ଅନୁକୋଣରେ ଫଶି ରହିଥିବା ପ୍ରବାସୀ ଶ୍ରମିକମାନେ କିଏ ବସ ଯୋଗେ ତ କିଏ ସାଇକେଲରେ ତ କିଏ ମଟର ସାଇକେଲରେ ଆଉ କିଏ ତ ଚାଲି ଚାଲି ନିଜ ଗାଁ ଅଭିମୁଖେ ବାହାରି ପଡିଲେ । ଏହା ରାଜ୍ୟ ସରକାର ଓ ଜିଲ୍ଳା ପ୍ରଶାସନ ପାଇଁ ଏକ ବଡ ସମସ୍ୟା ହୋଇ ଠିଆ ହେଲା ସେମାନଙ୍କ ପଂହଚିବା ଓ ରହିବା ନେଇ ।
ଏଭଳି ପରିସ୍ଥିତିରେ ରାୟଗଡ ଜିଲ୍ଳାକୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ନେଇ ପରିଚାଳନା କରିବା ପାଇଁ ରାୟଗଡ ଜିଲ୍ଳା ପ୍ରଶାସନ ଉପରେ ଗୁରୁଦାୟିତ୍ୱ ରହିଥିଲା । ଲକଡାଉନର ଚତୁର୍ଥ ପର୍ଯ୍ୟାୟ ବେଳକୁ ସରକାର ପ୍ରବାସୀଙ୍କ ଯାତାୟାତକୁ ନେଇ ନିୟମରେ କିଛି କୋହଳ କରିବା ଫଳରେ ବାହାର ରାଜ୍ୟ ତଥା ପଡୋଶୀ ଜିଲ୍ଳାଗୁଡିକରେ ଫଶି ରହିଥିବା ଅନେକ ଶ୍ରମିକ ଚାଲି ଚାଲି ଆସିଥିବା ବେଳେ ଅନେକ ବସ ଓ ଟ୍ରେନ ଯୋଗେ ରାୟଗଡରେ ପଂହଚିବା ପରେ ସେମାନଙ୍କୁ ଆଶ୍ରୟ ଓ ଖାଦ୍ୟ ଦିଆଯାଇ ନିଜ ନିଜ ଗାଁରେ ପଂହଚାଇବା ପାଇଁ ବ୍ୟବସ୍ଥା କରାଗଲା । ବିଶେଷ କରି ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ବଲାଙ୍ଗିର, ନୂଆପଡା,ସୋ ବରଗଡ, ଗଂଜାମ, କଟକ ଓ ଗଜପତି ଜିଲ୍ଳାର ୬୪୯୫ଜଣ ଶ୍ରମିକମାନଙ୍କୁ ୧୨୮ଟି ବସ ଯୋଗେ ପଠାଯାଇଛି ।
ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଅତରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡି-ଡିଆରଡିଏ ଅମ୍ରିତ ଋତୁରାଜ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ,ବିଡିଓ ରାଜେନ୍ଦ୍ର ମାଝି, ଏବିଡିଓ ନୃସିଂହଚରଣ ପଟ୍ଟନାୟକ, ଆଂଚଳିକ ପରିବହନ ଅଧିକାରୀ ଦିଲ୍ଳିପ କୁମାର ଦଳେଇ ଅନ୍ୟ ଜିଲ୍ଳାର ପ୍ରବାସୀ ଶ୍ରମିକମାନଙ୍କୁ ବସ ଯୋଗେ ପଠାଇବା ବ୍ୟବସ୍ଥା କରିଥିଲେ । ବଲାଙ୍ଗିର ଜିଲ୍ଳାକୁ ୧୦୪ଟି ବସଯୋଗେ ସର୍ବାଧିକ ୫୪୫୧ଜଣ ପ୍ରବାସୀ ଓଡିଆ ଶ୍ରମିକମାନଙ୍କୁ ପଠାଯାଇଛି । ସେହିପରି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ଦକ୍ଷିଣ ଭାରତରୁ ଓଡିଶାକୁ ଆସୁଥିବା ପ୍ରବାସୀ ଓଡିଆ ଶ୍ରମିକମାନଙ୍କୁ ଜିଲ୍ଳାପାଳ ଶ୍ରୀ ବେହେରା,ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡା.ଶର୍ବଣା ବିବେକ ଏମ.,ପିଡ-ଡିଆରଡିଏ,ଉପଜିଲ୍ଳାପାଳ,ଆରଟିଓ,ପୈାର ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ପ୍ରତ୍ୟେକ ଥର ଉପସ୍ଥିତ ରହି ସ୍ୱାଗତ କରୁଛନ୍ତି ।
ବର୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଳାର ୧୧୦୦ଜଣ ପ୍ରବାସୀ ଓଡିଆ ଶ୍ରମିକମାନେ ରାୟଗଡରେ ପଂହଚିଛନ୍ତି । ସେମାନଙ୍କୁ ନିଜ ନିଜ ଜିଲ୍ଳା ଯଥା ଗଜପତିର ୨୪୩ଜଣ,କନ୍ଧମାଳର ୧୦୬ଜଣ,କୋରାପୁଟର ୧୦୦ଜଣ,ମାଲକାନଗିରିର ୮୨ଜଣ,ନବରଙ୍ଗପୁରର ୩୫୫ଜଣ ଓ ରାୟଗଡର ୨୧୪ଜଣ ସର୍ବମୋଟ ୧୧୦୦ଜଣ ଶ୍ରମିକମାନଙ୍କୁ ପଠାଯାଇଛି । ଜିଲ୍ଳାର ପ୍ରବାସୀ ଓଡିଆ ଶ୍ରମିକମାନଙ୍କୁ ସଂପୃକ୍ତ ବିଡିଓମାନଙ୍କୁ ହସ୍ତାନ୍ତର କରାଯାଇଛି ଓ ସେମାନଙ୍କୁ ତାଙ୍କ ବ୍ଳକର ସଂଗରୋଧ କେନ୍ଦ୍ରରେ ରଖାଯାଇଛି । ନିକଟରେ ଡଙ୍ଗରିଆ ଅଂଚଳର ଦୁଇ ଝିଅକୁ ବିଜୟନଗରମରୁ ଏକ ସ୍ୱତନ୍ତ୍ର କାର ଯୋଗେ ଅଣାଯାଇ କଲ୍ୟାଣସିଂହପୁର ବିଡିଓଙ୍କୁ ହସ୍ତାନ୍ତର କରାଯାଇଥିଲା । ସେମାନେ ବର୍ତମାନ ପାର୍ସାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ସଂଗରୋଧ କନ୍ଦ୍ରେରେ ରହିଛନ୍ତି ।
ସେହିପରି ରାୟଗଡ ପୋଲିସ ବିଭାଗ ମଧ୍ୟ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ଶର୍ବଣା ବିବେକ ଏମ.ଙ୍କ ନେତୃତ୍ୱ ଓ ନିର୍ଦ୍ଦେଶରେ କେରଡା ସୀମାନ୍ତ ନିୟନ୍ତଣ କେନ୍ଦ୍ରରୁ ସିଧାସଳଖ ୧୯୦୪ଜଣଙ୍କୁ ଅନ୍ୟ ରାଜ୍ୟକୁ ପଠାଯାଇଛି । ଏଭଳି ଭାବରେ ରାୟଗଡ ଜିଲ୍ଳା ପ୍ରଶାସନ ଓ ପୋଲିସ ବିଭାଗ ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ ସଦ ପ୍ରସ୍ତୁତ ହୋଇ ରହିଛି ବୋଲି ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । ଗତ ମେ’୨୪ତାରିଖ ପର୍ଯ୍ୟନ୍ତ ମିଳିଥିବା ସୂଚନା ପ୍ରକାରେ ରାୟଗଡ ଜିଲ୍ଳାର ୧୧ଟି ବ୍ଳକ ଓ ୩ଟି ପୈାରାଂଚଳର ୧୪୭ଟି ସଂଗରୋଧ କେନ୍ଦ୍ରରେ ୪୭୩୩ଜଣ ପ୍ରବାସୀ ଶ୍ରମିକମାନେ ରହିଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in
_________________________________________
Click here to get 24×7 News & Views alerts
http://bit.ly/OBgroup4
Like us on Facebook
https://facebook.com/odiabarta