ଲକଡାଉନ ସମୟରେ ମାତିଛନ୍ତି କାଠ ମାଫିଆ : ଟାଙ୍ଗରା ଜଙ୍ଗଲରୁ ଚୋରି ହେଉଛି ମୂଲ୍ୟବାନ ଗଛ

କୋକସରା,୨୬/୫: ଲକଡାଉନର ସୁଯୋଗ ନେଇ କାଠ ମାଫିଆ ମାନେ ଟାଙ୍ଗରା ଜଙ୍ଗ ରୁ ବହୁ ମୂଲ୍ୟବାନ କାଠ ଚୋରି କରି ନେଉଥିବାବେଳେ ବନ ବିଭାଗର କର୍ମଚାରୀ ମାନେ ନିଦାବିଷ୍ଣୁ ସାଜିଛନ୍ତି । ବନ ବିଭାଗ କର୍ମଚାରୀ ମାନଙ୍କୁ ଗ୍ରାମବାସୀମାନେ ଅବଗତ କଲେ ହେଁ ଠିକ୍ ଭାବରେ ଦୃଷ୍ଟି ଦେଉନଥିବା ଯୋଗୁଁ କାଠ ମାଫିଆ ମାନେ ସକ୍ରିୟ ହୋଇ ଗଛ କାଟି ନେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ କିଛି ସଚେତନ ନାଗରୀକ ସାମାଜିକ ଗଣମାଧ୍ୟମ ଜରିଆରେ ଜଙ୍ଗଲ କାଟିନେଉଥିବା ପୋଷ୍ଟ କରି ଜଙ୍ଗଲ ସୁରକ୍ଷା ପାଇଁ ବିଭାଗୟ ଉଚ୍ଚ ଅଧିକାରୀ ଙ୍କୁ ଅବଗତ କରାଇଛନ୍ତି ।

ସୂଚନା ମତେ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଦକ୍ଷିଣ ବନଖଣ୍ଡ ବେହେରା ସେକ୍ସ୍‌ନ ଅଧିନରେ ଥିବା ନେଗୀଗୁଡା ଟଙ୍ଗରା ଜଙ୍ଗଲ ର ବହୁମୂଲ୍ୟବାନ ଗଛ ଗୁଡିକ କୁ ଏବେ ଲକଡାଉନର ସୁଯୋଗନେଇ କାଠ ଚୋର ମାନେ ଚୋରୀ କରିନେଉଥିବା ବେଳେ ବନ ବିଭାଗ କର୍ମଚାରିମାନେ ଦୃଷ୍ଟି ଦେଉନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି । ଟାଙ୍ଗରା ଜଙ୍ଗଲରେ ଭରି ରହିଛି ସାଗୁଆନ ଠୁ ଆରମ୍ଭ କରି ସାଳ, ପିଆଶାଳ, ବାଉଁଶ, ସର୍ଗି ଭଳି ଅନେକ ମୂଲ୍ୟବାନ ଗଛ । ପ୍ରାୟ ୨୭୦ ଏକଡ଼ ପରିସୀମା ମଧ୍ୟରେ ରହିଥିବା ଏହି ଜଙ୍ଗଲ ରେ ୨୦୧୪/୧୫ ମସିହା ରେ ଜଙ୍ଗଲ ବିଭାଗ ଦ୍ୱାରା ବୃକ୍ଷ ରୋପଣ କରାଯିବା ସହ ଜଙ୍ଗଲ ର ଯତ୍ନ ନେବା ଯୋଗୁଁ ଆଜି ଜଙ୍ଗଲ ଟି ସବୁଜିମା ରେ ଭରି ରହିଛି । ଏହି ଜଙ୍ଗଲ ରୁ ଆଖପାଖ ଗାଁ ର ଲୋକ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଗୁଜୁରାଣ ମଧ୍ୟ ମେଣ୍ଟାଉଥିବାବେଳେ ସବୁଜିମା ଜଙ୍ଗଲ ଯୋଗୁଁ କିଛି ମାତ୍ରାରେ ଗ୍ରୀଷ୍ମପ୍ରବାହ କମ୍ ରହୁଥିବା ଓ ବର୍ଷା ଦିନରେ ପୂର୍ବ ଅପେକ୍ଷା ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇଛି । ଯାହା ଫଳରେ ଚାଷ ମଧ୍ୟ ଭଲ ହେଉଥିବା କହିଛନ୍ତି ନେଗିଗୁଡା ଗ୍ରାମବାସୀ ।

ବିଗତ କିଛିଦିନ ହେବ ଲକଡାଉନ ର ସୁଯୋଗ ନେଇ ଏହି ଜଙ୍ଗଲ ରେ ଥିବା ମୂଲ୍ୟବାନ ଗଛ ଉପରେ ନିକଟବର୍ତ୍ତୀ ଗାଁ ର କିଛି କାଠ ମାଫିଆ ଙ୍କ ଦୃଷ୍ଟି ପଡିଥିବାବେଳେ ଜଙ୍ଗଲ ରୁ ଦିନ ଦ୍ୱିପହର ରେ କାଟି ନେଉଛନ୍ତି ମୂଲ୍ୟବାନ ଗଛ । ଜଙ୍ଗଲ ବିଭାଗର କର୍ମଚାରୀ ସୁରକ୍ଷା ଦେବାରେ ଅବହେଳା ଯୋଗୁଁ କାଠ ମାଫିଆ ମାନଙ୍କ ଉତ୍ପାତ ବଢିବାକୁ ଲାଗିଛି । ବହୂ ମୂଲ୍ୟାବାନ ଗଛ ଗୁଡିକ ସହ ଆଗରୁ ଏହି ଜଙ୍ଗଲରେ ବହୁ ଜଙ୍ଗଲି ପଶୁ ପକ୍ଷୀ ରହୁଥିଳେ, ତେବେ ଜଙ୍ଗଳ ନଷ୍ଟ ଯୋଗୁଁ ଏବେ ଧିରେଧିରେ ଏଠାରେ ପଶୁ ପକ୍ଷୀଙ୍କ ନଜର ମଧ୍ୟ ବହୁତ କମ୍ ଆସୁଥିବା କୁହାଯାଇଛି ।

ତେବେ ଅଞ୍ଚଳ ର କିଛି ସଚେତନ ନାଗରିକ ଏନେଇ ଚିନ୍ତା ବ୍ୟକ୍ତ କରିଥିବାବେଳେ ସୋସିଆଲ ମିଡ଼ିଆ ମାଧ୍ୟମରେ ଜଙ୍ଗଲ କାଟିନେଉଥିବା ପୋଷ୍ଟ କରି ଜଙ୍ଗଲ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ଅଧିକାରୀ ଙ୍କୁ ଅବଗତ କରାଇଛନ୍ତି । ଏନେଇ ବେହେରା ଫରେଷ୍ଟର ସୁରେଶ ଚନ୍ଦ୍ର ରାଉତଙ୍କୁ ପଚାରିବାରୁ ସେଠାରେ ଆମ କର୍ମଚାରୀ ମାନେ ଅଛନ୍ତି, ତଥାପି ଯଦି ଲୋକ କେତେବେଳେ ଗଛ ଗୁଡିକ କୁ କାଟି ନେଉଛନ୍ତି ତେବେ ଆଗକୁ କଡାକଡି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ।

କଳାହାଣ୍ଡି ଜିଲ୍ଲା କୋକସରା ପ୍ରତିନିଧି ହିରନ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.