ନୂଆପଡା ଜିଲ୍ଲାରେ ଦ୍ଵିତୀୟ କରୋନା ପଜିଟିଭ ଚିହ୍ନଟ

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲାପାଳ

ନୂଆପଡା,୨୬/୫: ଆଜି ନୂଆପଡା ଜିଲ୍ଲାରେ କରୋନା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏରୁ ବଢ଼ି ସର୍ବମୋଟ ୨ ହୋଇଛି । ଆକ୍ରାନ୍ତ ଗତମାସ ୧୫ ତାରିଖରେ ମହାରାଷ୍ଟ୍ରର ମୁମ୍ବାଇ ରୁ ଫେରି ଥିଲେ । ଆକ୍ରାନ୍ତଙ୍କ ସ୍ୱାବ ୨୨ ତାରିଖ ରେ ଟେଷ୍ଟ ପାଇଁ ଯାଇ ଥିବା ବେଳେ କାଲି ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଆକ୍ରାନ୍ତ ନୂଆପଡା ସଦର ଏନଏସି କଲ୍ୟାଣ ମଣ୍ଡପ ସ୍ଥିତ ଟିଏମସି ରେ ରହୁ ଥିଲେ । ରିପୋର୍ଟ ପଜିଟିଭ ଆସିବାପରେ ସଂକ୍ରମିକ ବ୍ୟକ୍ତି ଜଣଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣା ସ୍ଥିତ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଛି । ସେହି ଟିଏମସି ଅଂଚଳକୁ ବହୁତ ଶୀଘ୍ର ସିଲ କରି ଦିଆଯିବ ଏବଂ ୪୮ ଘଣ୍ଟା ପାଇଁ କନଟେନମେଣ୍ଟ ଜୋନ ଘୋଷଣା କରା ଯାଇଛି । ଏ ନେଇ ଜିଲ୍ଲାପାଳ ଶ୍ରୀମତୀ ମଧୁସ୍ମିତା ସାହୁ ଆଜି ମାଧ୍ୟାର୍ହ୍ନରେ ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.