ନର୍ଲା ବ୍ଲକ ଯାଦବ ସମିତିର ସାଂଗଠନିକ ବୈଠକ

କଳାହାଣ୍ଡି,୭/୧:
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଭୀମକେଲା ଶୈବ ପୀଠ ଠାରେ ନର୍ଲା ବ୍ଲକ ଯାଦବ ସମିତିର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ଡମ୍ବରୁଧର ଲହଜଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନର୍ଲା ବ୍ଲକ ଯାଦବ ସମିତିର ନୂତନ କର୍ମକର୍ତା ଚୟନ କରାଯାଇଥିଲା ।

ଯୁଧିଷ୍ଠିର ସଭାପତି, ଧରଣୀ ସଂପାଦକ

କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ହରିଶଙ୍କର ବାଗ ନିର୍ବାଚନ ପରିଚାଳନା କରିଥିଲେ । ନର୍ଲା ବ୍ଲକ ଯାଦବ ସମିତିର ନୂତନ ସଭାପତି ଭାବେ ଯୁଧୀଷ୍ଟିର ଗଉଡ, ସାଧାରଣ ସଂପାଦକ ଭାବେ ଧରଣୀ ଭୋଇ, ଉପ ସଭାପତି ଭାବେ ଗିରିଧାରି ଗଉଡ, ଦୂଲ୍ଲଭ ମାହାର ଓ ଲିଙ୍ଗରାଜ କରୁଆଁ , ସହ ସଂପାଦକ ଅଜିତ କରୁଆଁ ଓ କୋଷାଧ୍ୟକ୍ଷ ଭାବେ ମାର୍କଣ୍ଡ ଜାଲ ନିର୍ବାଚିତ ହୋଇ ସପଥ ଗ୍ରହଣ କରିଥିଲେ ।

ଯାଦବ ଭବନ ପାଇଁ ଜମି ଦାନ କଲେ ସମାଜସେବୀ ପଦ୍ମଲୋଚନ ଜାଲ

ନର୍ଲା ବ୍ଲକ ଯାଦବ ସମିତିର ପୂର୍ବତନ ସଂପାଦକ , ସମାଜ ସଂସ୍କାରକ, ସଂଗଠକ ତଥା ବିଶିଷ୍ଟ ସମାଜସେବୀ ପଦ୍ମ ଲୋଚନ ଜାଲ ଯାଦବ ମହାସଭାକୁ ଜମି ଦାନ କରିଛନ୍ତି । ଶ୍ରୀଯୁକ୍ତ ଜାଲ ତାଙ୍କ ପିତା ଖଗେଶ୍ବର ଜାଲଙ୍କ ସହମତି କ୍ରମେ ନର୍ଲା କଲେଜ ଛକରେ ଥିବା ତାଙ୍କ ନିଜସ୍ବ ଜମିରୁ ପାଞ୍ଚ ଡେସମିଲ ନର୍ଲା ବ୍ଲକ ଯାଦବ ସମାଜକୁ ଦାନ କରିଥିବା ବୈଠକରେ ଉପସ୍ଥିତ ସମସ୍ତଙ୍କ ଉପସ୍ଥିତିରେ ଘୋଷଣା କରିଥିଲେ ।

ନିଜର ମୂଲ୍ୟବାନ ଜମି ଯାଦବ ସମାଜର ହିତ ଦୃଷ୍ଟିରୁ ପ୍ରଦାନ କରିଥିବାରୁ ନର୍ଲା ବ୍ଲକ ତଥା ଜିଲ୍ଲାର ଯାଦବ ମାନେ ପଦ୍ମ ଲୋଚନ ଜାଲଙ୍କୁ ସାଧୁ ବାଦ ଜ୍ଞାପନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀଯୁକ୍ତ ଜାଲ ନର୍ଲା ବ୍ଲକ ତଥା କଳାହାଣ୍ଡିର କୋଣ ଅନୁକୋଣର ଯାଦବ ମାନଙ୍କୁ ସୁସଂଗଠିତ କରି ଜାତି ପାଇଁ ନିସ୍ବାର୍ଥପର କାର୍ଯ୍ୟ କରି ସମସ୍ତଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।

ଇଲା ସେଲମା, ଶିଖା ପଧାନ, ଶିବ ହାତୀଙ୍କ ପରି ବହୁ ବିଶିଷ୍ଟ ବ୍ୟକ୍ତି ଥିଲେ ଅତିଥି

ଯାଦବ ସଂସ୍କୃତି ବିଶ୍ବର ପ୍ରାଚୀନ ତମ ସଂସ୍କୃତି । ବିଶ୍ବ ଭାତୃତ୍ବର ବାର୍ତା ବହନ କରୁଥିବା ଏହି ସଂସ୍କୃତି ଓ ପରଂପରାର ସଂରକ୍ଷଣ ସହ ଜାତିର ଶିକ୍ଷା, ସଂସ୍କାର ଓ ସଂଗଠନ ଉପରେ ଗୁରୁତ୍ବ ଦେଇ କାର୍ଯ୍ୟ କରିବେ ବୋଲି ନବନିର୍ବାଚିତ କର୍ମକର୍ତାଙ୍କ ସହ ଉପସ୍ଥିତ ସମସ୍ତ ଯାଦବ ସଂକଳ୍ପ ନେଇଥିଲେ । ଏହି ବୈଠକରେ ଅତିଥି ଭାବେ ଜିଲ୍ଲା ଯାଦବ ମହାସଭା ମହିଳା ସଭାନେତ୍ରୀ ଇଲା ସେଲମା, ଯାଦବ ନେତ୍ରୀ ତଥା ବିଜୁ ଜନତା ଦଳ କଳାହାଣ୍ଡି ଜିଲ୍ଲାର ଉପ ସଭାନେତ୍ରୀ ଶିଖା ପଧାନ, ସୁପରିଚିତ ଯାଦବ ସଂଗଠକ ତଥା ସମାଜବାଦୀ ପାର୍ଟି କଳାହାଣ୍ଡି ଜିଲ୍ଲା ସଭାପତି ଶିବ ହାତୀ, ମଦନପୁର ରାମପୁର ମହାବିଦ୍ୟାଳୟର ଭୂଗୋଳ ବିଭାଗ ଅଧ୍ୟାପକ ରଜନୀକାନ୍ତ ବଗର୍ତ୍ତି, ନର୍ଲା ବ୍ଲକ ଯାଦବ ସମିତିର ପୂର୍ବତନ ସଭାପତି ଶିକ୍ଷାବିତ ହୃଷିକେଶ ଭୋଇ, ଲାଞ୍ଜିଗଡ ବ୍ଲକ ଯାଦବ ସମିତି ସଭାପତି ରଘୁବୀର ନାଗ, ନର୍ଲା ବ୍ଲକ ଯାଦବ ସମିତିର ପୂର୍ବତନ ସଂପାଦକ ଦୋଳଚନ୍ଦ୍ର ବାଗ, ଶିକ୍ଷାବିତ ମଧୁସୁଦନ ରାଉତ, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ବାଗଙ୍କ ସମେତ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗଦେଇ ବୈଠକର ଉଦ୍ୟେଶ୍ୟ ପୂରଣ କରିବା ସହ ସଭାର ଶୋଭା ବର୍ଧନ କରିଥିଲେ ।

‘ଜୟ ଯାଦବ ଜୟ ମାଧବ’ ଧ୍ବନିରେ ପ୍ରକଂପିତ ହେଲା ଭୀମକେଲା

ପ୍ରାଚୀନ ମହାକାନ୍ତାର ସଭ୍ୟତାର ରାଜଧାନୀ ଅସୁରଗଡର ବାହ୍ୟ ପ୍ରାଚୀରରେ ଥିବା ଭୀମକେଲା ଏକ ସଂସ୍କୃତି ସଂପର୍ଣ୍ଣ ଗ୍ରାମ ଭାବେ ଜିଲ୍ଲା ତଥା ରାଜ୍ୟରେ ସୁଖ୍ୟାତି ଅର୍ଜନ କରିଛି । ଏହି ଗ୍ରାମରେ ଭଗବାନ ବିଷ୍ଣୁଙ୍କ ଏକ ବିରଳ ମୂର୍ତି ରହିଛି । ଯାଦବ ସଂସ୍କୃତିର ମାଧବ ଉପାସନା ସହ ଭଗବାନ ବିଷ୍ଣୁଙ୍କ ସଂପର୍କ ରହିଥିବାରୁ ଏହି ମୂର୍ତି ତତ୍ତ୍ବ ସହ ଏହି ଅଞ୍ଚଳର ଯାଦବ ମାନଙ୍କ ଗଭୀର ସଂପର୍କ ରହିଛି ।

ସେହି ପରିପ୍ରେକ୍ଷିରେ ନର୍ଲା ବ୍ଲକ ଯାଦବ ସମିତିର ଏହି ସାଂଗଠୈନିକ ବୈଠକ ଭିମକେଲାରେ ହୋଇଥିବାରୁ ଯଥେଷ୍ଟ ଗୁରୁତ୍ବ ବହନ କରିଛି । ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନୀ କୀର୍ଯ୍ୟ ତଥା ସଭା ସମାପନ ହୋଇଥିବାରୁ ନର୍ଲା ବ୍ଲକର ଯାଦବ ମାନେ ଜିଲ୍ଲା କର୍ମକର୍ତା ଓ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଯାଦବ ସମାଜର ପ୍ରତ୍ୟେକ ସଭା ସମିତି ପରି ଏହି ବୈଠକ ଆରମ୍ଭରେ ଯଦୁ କୂଳ ତିଳକ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚନା ସହ ଯାଦବ ମାନେ ପରସ୍ପରକୁ ଜୟ ଯାଦବ ଜୟ ମାଧବ ବୋଲି ସମ୍ବୋଧନ କରୁଥିଲେ । ଯାହା ପରୋକ୍ଷରେ ଜାତିର ଉନ୍ନତି ପାଇଁ ଏକ ଜୁଟ ହୋଇ କାର୍ଯ୍ୟ କରିବାର ବାର୍ତା ପ୍ରେରଣ କରୁଥିଲା ।

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.