ଓଡ଼ିଆ ବାର୍ତ୍ତା/ ବୁଗୁଡ଼ା (ଡ.କୁମୁଦ ଚନ୍ଦ୍ର ବେହେରା): ବିଶ୍ୱ ସଙ୍ଗୀତ ଦିବସ ଉପଲକ୍ଷେ “ସୁର ବସନ୍ତ ସଙ୍ଗୀତ ଅନୁଷ୍ଠାନ” ବୁଗୁଡ଼ା ତରଫରୁ ସ୍ଥାନୀୟ ନ୍ୟୁ ଏରା ପବ୍ଲିକ ସ୍କୁଲରେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ‘ସପ୍ତସ୍ୱର’ ଅନୁଷ୍ଠିତ ହୋଇଯାଇଛି। ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବିଶିଷ୍ଟ ସାହିତ୍ୟିକ ଅନନ୍ତ କର, ଶିକ୍ଷାବିତ୍ ଗୌରୀପତି ଦାଶ, ସଙ୍ଗୀତ ନିର୍ଦ୍ଦେଶକ ଶ୍ୟାମପଦ ହୋତା, ସମାଜସେବୀ ରୋଟାରିଆନ୍ ସରୋଜ ଦାସ ଏବଂ ନ୍ୟୁ ଏରା ପବ୍ଲିକ ସ୍କୁଲର ନିର୍ଦ୍ଦେଶକ ଅନୀଲ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ସଙ୍ଗୀତ ଝରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଛାତ୍ରଛାତ୍ରୀ ସଙ୍ଗୀତ ପରିବେଷଣ କରିଥିଲେ। ଗୁରୁ ବିମଳେନ୍ଦୁ ଆଚାର୍ଯ୍ୟ ଗୁରୁମା ସ୍ଵୟଂପ୍ରଭା ଆଚାର୍ଯ୍ୟ ଓ ଅନନ୍ତ ଚରଣ ସାହୁ ସହଯୋଗ କରିଥିଲେ। ଗୁରୁ ବିମଳେନ୍ଦୁଙ୍କୁ ଗୁରୁଶ୍ରୀ ଓ ଗୁରୁମା ସ୍ଵୟଂପ୍ରଭାଙ୍କୁ ମା’ସରସ୍ଵତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନ ସଭାପତି ବସନ୍ତ କୁମାର ବିଶୋୟୀ, ସମ୍ପାଦକ ସୂର୍ଯ୍ୟନାରାୟଣ ଆଚାରୀ ଏବଂ ସଭ୍ୟ ତପନ କୁମାର ମହାପାତ୍ର, ଇଂ.କେଦାର ନାୟକ, ମନ୍ମଥ ପାତ୍ର, ଶ୍ରୀଧର ମିଶ୍ର, ରାଜେନ୍ଦ୍ର ପ୍ରଧାନ ଓ ଜଳଧର ନାୟକ ସହଯୋଗ କରିଥିଲେ।





