ରାକ୍ସି ସ୍କୁଲରେ ଶିକ୍ଷକ ନିୟୋଜନ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରାକ୍ସି ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଲାଗି ରହିଥିବାରୁ ଅବିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ଅଷ୍ଟମ ପର୍ଯ୍ୟନ୍ତ ୨୦୯ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୯ଟି ଶ୍ରେଣୀକୁ ମାତ୍ର ପାଞ୍ଚ ଜଣ ଶିକ୍ଷକରେ ଚାଲିଛି ପାଠପଢ଼ା। ଆଉ ୬ ମାସ ପରେ ଜଣେ ଶିକ୍ଷକ ଅବସର ଗ୍ରହଣ କରିବେ। ଏହାପରେ ୪ ଜଣ ଶିକ୍ଷକରେ କିପରି ପାଠପଢ଼ା ଚାଲିବ ସେନେଇ ଅବିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି। ହାଇସ୍କୁଲରେ ଥିବା ଦୁଇଟି ଶ୍ରେଣୀ ପାଇଁ ପର୍ଯ୍ୟାପ୍ତ ଶିକ୍ଷକ ରହିଛନ୍ତି କିନ୍ତୁ ଶିଶୁ ବାଟିକା ଠାରୁ ଅଷ୍ଟମ ପର୍ଯ୍ୟନ୍ତ ଶିକ୍ଷକ ଅଭାବ ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶିକ୍ଷା ସହ କ୍ରିଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ଏହି ବିଦ୍ୟାଳୟ ସୁନାମ ଅର୍ଜନ କରି ଆସୁଛି। ବର୍ତ୍ତମାନ ଶିକ୍ଷକ ଅଭାବ ଦେଖାଦେଇଥିବାରୁ ଶିକ୍ଷା ଓ କ୍ରିଡ଼ା କ୍ଷେତ୍ରରେ ଏହାର ପ୍ରଭାବ ପଡିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ରାକ୍ସି ସ୍କୁଲରେ ତୁରନ୍ତ ଆଉଜଣେ ଶିକ୍ଷକଙ୍କୁ ନିୟୋଜିତ କରିବାକୁ ଦାବି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.