ଉଦଯାପିତ ହେଲା ମାଣ୍ଡେଲ ଗ୍ରାମ ପଞ୍ଚାୟତରେ “ବିକାଶର ଧାରା” କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତର “ବିକାଶର ଧାରା ଓଡିଶା ସାରା” କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଗତ ତା ୨୧/୬ ରବିବାର ଦିନଠୁଁ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ। ମଙ୍ଗଳବାର ଏହା ଉଦଯାପିତ ହୋଇଯାଇଛି। ମାଣ୍ଡେଲ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଧାଙ୍ଗନା ନାଏକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି “ବିକାଶ ଧାରା” କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ର ଜିଲ୍ଲା କାର୍ଯ୍ଯ କାରିଣୀ ସଦସ୍ୟ ବିଷ୍ଣୁ ଚରଣ ବଡ ପଣ୍ତା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବରେ ଜ୍ୟୋତିଷ ବଗର୍ତ୍ତି, ଆଇସିଡିଏସ୍ ସୁପର ଭାଇଜର ଯଶୋବନ୍ତୀ ନାଏକ, ଏମବିକେ ସବିତା ଦାସ, ଏଏନଏମ ସରୋଜିନୀ ଶବର ପ୍ରମୁଖ ଯୋଗଦାନ କରି ରାଜ୍ୟ ସରକାରଙ୍କ ଦୁଇ ବର୍ଷରେ ସଫଳତା ବିଷୟରେ କହିଥିଲେ। ସରପଞ୍ଚ ଶ୍ରୀମତୀ ନାଏକ ପ୍ରଥମେ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ନରହରୀ ଭୋଇ କର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏଥିରେ ପିଏମ କିସାନ, ସିଏମ କିସାନ ଯୋଜନା ଓ ଫାମର୍ସ ପଞ୍ଜିରଣ ଯୋଜନା ଗୁଡିକରେ ସରକାରଙ୍କ ସଫଳତା ଓ ଲାଭାର୍ଥିଙ୍କ ବିଷୟରେ ଉପସ୍ଥାପନ କରାଯାଇଥିଲା। ମିଶନ ଶକ୍ତି ତରଫରୁ “ଲକ୍ଷପତି ଦିଦି” ଯୋଜନା ଉପରେ ମହିଳା ମାନେ କହିଥିଲେ। ଏମବିକେ ଶ୍ରୀମତୀ ସୁନା ବୀମା ଯୋଜନା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।ଏହାବାଦ ଅଙ୍ଗନୱାଡି କର୍ମୀ ମାନେ ସରକାରଙ୍କ ସୁଭଦ୍ରା ଯୋଜନା ବିଷୟରେ କହିବା ସହିତ ଲାଭାନ୍ୱୀତ ହିତାଧିକାରୀ ମାନେ ସୁଭଦ୍ରା ଯୋଜନା ପାଇଁ ସେମାନଙ୍କ ସଫଳତା ବିଷୟରେ ବର୍ଣ୍ଣନା କରିଥିଲେ। ଏଥିରେ ୬ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରଯାଇଥିଲା। ମାଣ୍ଡେଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମର ସ୍ୱୟଂ ସହାୟୀକା ଗୋଷ୍ଠୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଏଥିରେ ରାଜ୍ୟ ସରକାରଙ୍କ ଅନ୍ତୋଦୟ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଏମ ଏବଂ ସିଏମ କିସାନ ଯୋଜନା, ସୁଭଦ୍ରା ଯୋଜନା, କାମଧେନୁ ଯୋଜନା, ଭିଭିଜି ରାମଜୀ ଯୋଜନା, ଲକ୍ଷପତି ଦିଦି ଯୋଜନା ଭଳି ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା ଗୁଡିକ ବିଷୟରେ ଉପସ୍ଥିତ ଅତିଥି ବୃନ୍ଦ ବିସ୍ତୃତ ଭାବରେ ବୁଝାଇଥିଲେ। ମାଣ୍ଡେଲ ଗ୍ରାମ ପଞ୍ଚାୟତ ଷ୍ଟାଫ ମୁକୁନ୍ଦ ମାହାର, ଯୋଗାଣ ସହାୟକ ବାସବ ମହାନନ୍ଦ, ଏସଇଏମ ଚୁମନ ମାଝୀ, ୱାର୍ଡ ମେମ୍ବର ମାର୍କଣ୍ଡ ଜାଲ, ସୁରେଶ ନାଏକ, ରଚେକର ଦୀପ, ମାଳତୀ ମାହାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ଆଇସିଡିଏସ, ସ୍ୱାସ୍ଥ୍ୟ ବିଭାଗ ର ଷ୍ଟଲ ଗୁଡ଼ିକ ଲଗାଯାଇ ଜନ ସଚେତନତା ସୃଷ୍ଟି କରଯାଇଥିଲା।କାର୍ଯ୍ୟକ୍ରମ ଶେଷରେ ସରପଞ୍ଚ ଶ୍ରୀମତୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.