କୋକସରା ଓକିଲ ସଂଘ ପକ୍ଷରୁ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବନ୍ଦ ପାଳନ

କଳାହାଣ୍ଡି,୦୭/୦୧ :

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀରେ ମିଳିତ କଳାହାଣ୍ଡି ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ବନ୍ଦ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ କୋକସରା ଓକିଲ ସଂଘ ପକ୍ଷରୁ ସମର୍ଥନ ଜଣାଇ କୋକସରା ଠାରେ ମଧ୍ୟ ୧୨ ଘଣ୍ଟିଆ ଚକା ବନ୍ଦ ଆନ୍ଦୋଳନ କରାଯାଇଥିଲା। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଜଷ୍ଟିସ ଜଶୋବନ୍ତ ସିଂହ କମିସନ ଯେଉଁ ସର୍ତ୍ତ ତଥା ଭିତ୍ତିଭୂମି ସମ୍ଵଲିତ ତଥ୍ୟ ଉପସ୍ଥାପନା କରିଛନ୍ତି ସେହିସବୁ କଳାହାଣ୍ଡି ଜିଲ୍ଲାରେ ଉପଲବ୍ଧ ଅଟେ। ଏଣୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ କେବଲ କଳାହାଣ୍ଡିରେ ହିଁ ପ୍ରତିଷ୍ଠା ହେବା ଯୁକ୍ତିଯୁକ୍ତ ଅଟେ।  ଅଧ୍ୟବଧି ପାଲ କମିଶନଙ୍କ ରିପୋର୍ଟ ବିଧାନସଭାରେ ଏ ପର୍ଯ୍ୟନ୍ତ ଉପସ୍ଥାନ ହୋଇପାରିନଥିବା ହେତୁ ଗତ କିଛି ବର୍ଷ ହେବ ଓକିଲ ସଂଘ ପାଲ୍ କମିଶନଙ୍କ ରିପୋର୍ଟ ବିଧାନ ସଭାରେ ଉପସ୍ଥାପନା କରିବା ସହ କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀ ପାଇଁ ଆଜି ମଧ୍ୟ ବନ୍ଦ ପାଳନ କରିଛନ୍ତି। ଆଗାମୀ ଦିନରେ ଜଦି ଏହି ଦାବି ପୂରଣ ନହୁଏ ତେବେ ସମସ୍ତ ଜୁଡିସିଆଲ ଓ ରେଭେନ୍ୟୁ ଅଫିସକୁ ପ୍ରତି ମାସର ଶେଷ ସୋମବାର କାର୍ଯ୍ୟବନ୍ଦ କରି ଆସିବୁ ବୋଲି ଓକିଲ ସଂଘ ପକ୍ଷରୁ ପ୍ରକାଶ କରିଛନ୍ତି। ଏହି ବନ୍ଦ ପାଳନ ଯୋଗୁଁ ବ୍ଳକର ବିଭିନ୍ନ ସରକାରୀ, ବେସରକାରୀ ଅଫିସକୁ ବନ୍ଦ କରାଯାଇଥିବା ବେଳେ ଭବାନିପାଟଣା ଜୟପୁର ଜାତୀୟ ରାଜପଥ ନଂ୨୬ ରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା। ଫଳରେ ବିଭିନ୍ନ ଅଫିସ କାମ ପାଇଁ ଆସୁଥିବା ଲୋକେ ହଇରାଣ ହେବା ସହ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କୋକସରା ଓକିଲ ସଂଘ ର ସଭାପତି ପଞ୍ଚାନନ ବେଶ୍ରା, ସଂପାଦକ ଲଲିତ କୁମାର ଦାସ, ସହ- ସଂପାଦକ ଲକ୍ଷ୍ମୀ କାନ୍ତ ମେହେର, କୋଷାଧ୍ୟକ୍ଷ ପ୍ରେମଲାଲ ସିଂ , ଅଜିତ ପଟ୍ଟନାୟକ, ଉଗ୍ରସେନ ବାଗ, ରସିକ ରଜା ଦୁର୍ଗା, ନାଗରିକ ମଞ୍ଚରୁ ଘାସିରାମ ପାଟ୍ଟଯୋଶି, ମିନି କେତନ ପ୍ରଧାନୀ, ରାଜେନ୍ଦ୍ର ନାଏକ ସମେତ ବହୁ ସଂଖ୍ୟାରେ ଜନ ସାଧାରଣ  ସାମିଲ ହୋଇଥିଲେ।

Pearl dental clinic
Near Ashish Medical Store, Bhawanipatna

Report by Jagadish Chandra Naik, Special Correspondent & Hiranya Behera, Correspondent Koksara odiabarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.