ଭିଜିଲାନ୍ସ ଜାଲରେ ରାୟଗଡା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ 

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଯାଇଛନ୍ତି I ନିର୍ବାହୀ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜୈନିକ କଣ୍ଟ୍ରାକ୍ଟରଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ I ଏନେଇ କଣ୍ଟ୍ରାକ୍ଟର ଜଣକ ଭିଜିଲାନ୍ସକୁ ଅବଗତ କରିବା ପରେ କତୁରୁ ନିକଟ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଥିଲା I ରାୟଗଡା ଭିଜିଲାନ୍ସ ଡିଏସପି ସୂର୍ଯ୍ୟକାନ୍ତି ଟାକ୍ରୀ ଓ ଡିଏସପି ଅଭୟ ପ୍ରଧାନଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିଲା I ଭିଜିଲାନ୍ସ ୨ ଲକ୍ଷ ଟଙ୍କା ଜବତ କରିଛି ।  ନୟାଗଡ ଏବଂ ଭୁବନେଶ୍ୱର ଠାରେ ମଧ୍ୟ ଚଢ଼ାଉ ହୋଇଥିବା ଜଣାପଡିଛି I ନିର୍ବାହୀ ଅଧିକାରୀ ଚଳିତ ମାସରେ ଚାକିରିରୁ ଅବସର ନେଇଥାନ୍ତେ କିନ୍ତୁ ୭ ଦିନ ପୂର୍ବରୁ ଭିଜିଲାନ୍ସ ଜାଲରେ ପଡ଼ିଥିଲେ I ସ୍ଥାନୀୟ କଂଟ୍ରାକଟର ମାନେ ମଧ୍ୟ ତାଙ୍କ ବିରୋଧରେ ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରିଥିଲେ I ତଦନ୍ତ ସରିଲା ପରେ ତାଙ୍କ ସମ୍ପତ୍ତି ସମ୍ପର୍କରେ ସୂଚନା ମିଳିବ ବୋଲି ଭିଜିଲାନ୍ସ ଦ୍ୱାରା ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.