ବାଲିଗୁଡ଼ା ଏନଏସିରେ ହେଉଥ‌ିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍‌ସିଲର

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସିରେ ହେଉଥ‌ିବା ଦୁର୍ନୀତି ଏବଂ ବିଭିନ୍ନ ଅଭିଯୋଗ କରି ସୋମବାର ଠାରୁ ଦୁଇ ଜଣ କାଉନ୍‌ସିଲର ଧାରଣାରେ ବସିଥିଲେ । ତିନି ଦିନ ଧରି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ, ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଓ ପୋଲିସ କତ୍ତୃପକ୍ଷ ବହୁ ବୁଝା ସୁଝା କରିବା ପରେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହିଥିଲେ l ଗାନ୍ଧୀ ଫୋଟ ଚିତ୍ରରେ ପୁଲ ମାଳ ଦେଇ ଫ୍ଲାଗ କାର୍ଡ ଧରି ୫ ଟି ପ୍ରମୁଖ ଅଭିଯୋଗ ଓ ୪ ଦାବୀ ର ଭିଜିଲାନ୍ସ ତଦନ୍ତ ସହ ସିଏଜି ତଦନ୍ତ କରିବା ପାଇଁ ଶାନ୍ତି ପୂର୍ଣ୍ଣ ଭାବରେ ଗଣତାନ୍ତ୍ରିକ ଉପାୟରେ ୧ନଂ. ୱାର୍ଡ଼ ର ଅଜୟ କୁମାର ନାୟକ ଓ ୧୩ ନଂ ୱାର୍ଡ ର ଆଲୋକ କୁମାର ନାୟକ ଏହି ଦୁଇଜଣ କାଉନସିଲର ଅନିର୍ଦ୍ଧିଷ୍ଟ କାଳ ପାଇଁ ଏନ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିଲେ l ବୁଧବାର ରାତ୍ର ପ୍ରାୟ ୮ ଘଣ୍ଟ ସମୟରେ ଉପ-ଜିଲାପାଳ ପ୍ରଣୀତା ଦାସ ଏବଂ ଏସଡିପିଓ ଶୁଭମ ଭୋସଲେ ଏନଏସି କାର୍ଯ୍ୟାଳୟରେ ପହଞ୍ଚି ଧାରଣାରତ କାଉନସିଲର ଅଜୟ ଦିଗାଲ ଓ ଆଲୋକ ନାୟକଙ୍କୁ କାର୍ଯ୍ୟାଳୟ ପରିସରକୁ ଡାକି ତିନି ଘଣ୍ଟାରୁ ଅଧିକ ସମୟ ଧରି ରୁଦ୍ଧଦ୍ବାର ବୈଠକ କରିଥିଲେ । ଏନଏସିର ଆୟବ୍ୟୟ ସହ ବିଭିନ୍ନ ଦାବୀ ଓ ଅଭିଯୋଗ ଗୁଡିକ ଭିଜିଲାନ୍ସ ତଦନ୍ତ ସହ ସିଏଜି ତଦନ୍ତ କରାଯିବ ବୋଲି ଲିଖୂତ ପ୍ରତିଶ୍ରୁତି ମିଳିବା ପରେ ସେମାନେ ଧାରଣାରୁ ହଟିଥିଲେ । ଏହି ରୁଦ୍ଧ ଦ୍ୱାର ବୈଠକରେ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଓ ଏନଏସି କାର୍ଯ୍ୟନିର୍ବାହୀ ଅଧୂକାରୀ ବିବେକାନନ୍ଦ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.