ରଣମାଲ ଗ୍ରାମ ପଞ୍ଚାୟତ ଠାରେ ବିକାଶ ଧାରା ଓଡ଼ିଶା ସାରା ତଥା ଜନ କଲ୍ୟାଣ ଶିବିର

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଓଡ଼ିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରଣମାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିକାଶ ଧାରା ଓଡ଼ିଶା ସାରା ତଥା ଜନ କଲ୍ୟାଣ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ତା ୨୧/୦୬/୨୦୨୬ ରିଖ ଠାରୁ ଆରମ୍ଭ ହୋଇ ତା ୨୩/୦୬/୨୦୨୬ ରିଖ ତିନି ଦିନ ଧରି ଚାଲିଥିଲା । ଗ୍ରାମ ପଞ୍ଚାୟତ କାର୍ଯ୍ୟ ନୀର୍ବାହୀ ଅଧିକାରୀ ସୁରେନ୍ଦ୍ର ଵେଶ୍ରା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଉଦଯାପନୀ ଉତ୍ସବରେ ଅର୍ଜୁନ ଛତ୍ରିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସହ ଅତିଥି ଭାବରେ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ସୁଧିର ପଣ୍ଡା ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ ସୁଧାଂଶୁ ସାହୁ, ବିଜେପି କର୍ମୀ ନିରଞ୍ଜନ ବିଶ୍ୱାଳ, ନାଏବ ସରପଞ୍ଚ ପ୍ରତିନିଧି ବଜିନ୍ଦ୍ର ପ୍ରଧାନୀ, ମିଶନ ଶକ୍ତି ସଭାନେତ୍ରୀ କମଳା ଭାଟି, ଟୁନି ଦୁର୍ଗା ବରିଷ୍ଠ ସାମ୍ବାଦିକ ହରିହର ଛତ୍ରୀଆ,ଗୋଳାପ ସାହୁ, ଏବଂ ସମସ୍ତ ୱ।ଡ ସଭ୍ୟ ସଭ୍ୟା ମଞ୍ଚାସୀନ ରହିଥିଲେ। ଏହି କାର୍ଯ୍ୟକ୍ରମ ର ପ୍ରଥମ ଦିବସରେ ସରକାର ଙ୍କ ଜନ କଲ୍ୟାଣ ଶିବିର କୁ ଉଦ୍ଘାଟନ କରାଯାଇଥିବା ବେଳେ ହିତାଧିକାରୀ ମାନଙ୍କୁ ଏହି ଯୋଜନାରେ ଭାଗ ନେଇ ବିଭିନ୍ନ ଯୋଜନା ଲାଭ ଉଠାଇବା ପାଇଁ ସଚେତନ କରାଯାଇଥିଲା। ଦ୍ବିତୀୟ ଦିବସରେ ଅନ୍ତୋଦୟ ଗୃହ ଯୋଜନା ରେ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମ ରେ ରେସନ କାର୍ଡ ବଣ୍ଟନ, ଆୟୁଷ୍ମାନ କାର୍ଡ, ବଣ୍ଟନ କରାଯାଈଥିଲା ତୃତୀୟ ଦିବସ ରେ ସୁଭଦ୍ରା ସମାବେଶ ତଥା ସ୍ବଚ୍ଛତା ଅଭିଜାନ ଅନୁଷ୍ଠିତ ହୋଇଥିଲା।ଏ ନେଇ ଆୟୋଜିତ କାର୍ଯ୍ୟକ୍ରମ କୁ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନୀର୍ବାହୀ ଅଧିକାରୀ ସୁରେନ୍ଦ୍ର ବେଶ୍ରା ପରିଚାଳନା କରିଥିବା ବେଳେ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ସୁଧିର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.